ନୂଆଦିଲ୍ଲୀ : ତାଲିବାନ ଦ୍ବାରା ଆଫଗାନିସ୍ତାନ ଦଖଲ ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ଉତ୍ସାହିତ ହୋଇଯାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧୀ ଲଢେଇରେ ତାଲିବାନ ସେମାନଙ୍କୁ ସହଯୋଗ କରିବ ବୋଲି ସେମାନେ ଆଶା କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ମୌଲାନା ମାସୁଦ ଆଝାର ଗତ ସପ୍ତାହରେ କାନ୍ଦାହାର ଯାଇ ତାଲିବାନର ନେତାମାନଙ୍କୁ ଭେଟିଥିଲା। ମାସୁଦ ଆଝାର ସହ ତାହାର ତାହାର ଭାଇ ଅବଦୁଲ ରଉଫ ଆଝାର, ମୌଲାନା ଆମାର ମଧ୍ୟ ଥିଲେ। ସେମାନେ ତାଲିବାନ ନେତା ମୁଲ୍ଲା ଅବଦୁଲ ଗନି ବରାଦରଙ୍କୁ ଭେଟି କଶ୍ମୀର ପ୍ରସଙ୍ଗରେ ସହାୟତା ମାଗିଥିବା କୁହାଯାଉଛି। ବିଶେଷକରି ତାଲିବାନ ଆଫଗାନିସ୍ତାନରେ ନିଜର ସରକାର ଗଠନ ପରେ କଶ୍ମୀର ଉପରେ ଫୋକସ କରୁ ଓ ସେଠାରେ ଚାଲିଥିବା ଜୈସର ଅପରେସନଗୁଡ଼ିକରେ ସହାୟତା କରୁ ବୋଲି ମାସୁଦ ଆଝାର ଅନୁରୋଧ କରିଛି। ଗତ ଅଗଷ୍ଟ ୧୫ରେ ତାଲିବାନ ଦ୍ବାରା କାବୁଲ ଦଖଲ ପରେ ମାସୁଦ ଆଝାର ଆନନ୍ଦ ପ୍ରକାଶ କରିବା ସହ ଏହାକୁ ସ୍ବାଗତ କରିଥିଲା। ଏପରିକି ପାକିସ୍ତାନର ବାହାବଲପୁରଠାରେ ଥିବା ଜୈସ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଥିଲା।
ତାଲିବାନ ନେତାଙ୍କୁ ଭେଟିଲା କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର

Share Now: