ଆଲିଗଡ଼ ବିଶ୍ବବିଦ୍ୟାଳୟ ‘ମିନି ଇଣ୍ଡିଆ’: ମୋଦୀ

ଆଲିଗଡ଼ ବିଶ୍ବବିଦ୍ୟାଳୟ ‘ମିନି ଇଣ୍ଡିଆ’

ଏଏମ୍‌ୟୁ ଭାରତର ବୈଦେଶିକ ସମ୍ପର୍କକୁ ସୁଦୃଢ କରିଛି

ନୂଆଦିଲ୍ଲୀ: ବିଗତ ୧୦୦ ବର୍ଷ ମଧ୍ୟରେ ଆଲିଗଡ଼ ମୁସ୍‌ଲିମ ବିଶ୍ବବିଦ୍ୟାଳୟ ଭାରତର ବୈଦେଶିକ ସମ୍ପର୍କକୁ ସୁଦୃଢ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିଶେଷକରି ଆଲିଗଡ଼ ମୁସ୍‌ଲିମ ବିଶ୍ବବିଦ୍ୟାଳୟରେ ହେଉଥିବା ଇସ୍‌ଲାମୀୟ ସାହିତ୍ୟ ଓ ବିଭିନ୍ନ ଭାଷା ସଂକ୍ରାନ୍ତ ଉଚ୍ଚତର ଗବେଷଣା ଭାରତକୁ ଶକ୍ତି ପ୍ରଦାନ କରିଛି ଏବଂ ଏହା ଦ୍ବାରା ଭାରତ ଓ ଇସ୍‌ଲାମୀୟ ବିଶ୍ବ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତକାଲି ଆଲିଗଡ଼ ମୁସ୍‌ଲିମ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଅବସରରେ ଆୟୋଜିତ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଶ୍ବବିଦ୍ୟାଳୟର ୧୦୦ ବର୍ଷର ଦୀର୍ଘ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସମୟରେ ବିଶ୍ବବିଦ୍ୟାଳୟ ମାଧ୍ୟମରେ ଭାରତ ଓ ବି‌ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇପାରିଛି। ଏହି ବିଶ୍ବବିଦ୍ୟାଳୟରୁ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ ଆଜି ବିଶ୍ବର ବିଭିନ୍ନ ସ୍ଥାନରେ ବେଶ ସଫଳତା ହାସଲ କରିପାରିଛନ୍ତି। ବିଶ୍ବବିଦ୍ୟାଳୟର ଐତିହ୍ୟ କୋଠା ସହ ଅନେକ ଇତିହାସ ଯୋଡ଼ି ହୋଇ ରହିଛି। ପ୍ରଧାନମନ୍ତ୍ରୀ ଆଲିଗଡ଼ ମୁସ୍‌ଲିମ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ‘ମିନି ଇଣ୍ଡିଆ’ ଭାବେ ବର୍ଣ୍ଣନା କରିବା ସହ ଏହି ବିଶ୍ବବିଦ୍ୟାଳୟ ନାରୀ ଶିକ୍ଷା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି ବୋଲି କହିଛନ୍ତି। ବିଗତ ପାଞ୍ଚ ଦଶନ୍ଧି ମଧ୍ୟରେ ମୋଦୀ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ଆଲିଗଡ଼ ମୁସ୍‌ଲିମ ବିଶ୍ବବିଦ୍ୟାଳୟ‌ରେ ମୁଖ୍ୟ ଅତିଥି ହୋଇଛନ୍ତି। ଏହା ପୂର୍ବରୁ ୧୯୬୪ରେ ଲାଲ୍‌ ବାହାଦୁର ଶାସ୍ତ୍ରୀ ମୁଖ୍ୟ ଅତିଥି ହୋଇଥିଲେ।

Share Now:

Kalinga News Beuro

Next Post

ରାଜଧାନୀରେ ସରକାରୀ ଆୟୁର୍ବେଦିକ ହସ୍ପିଟାଲ ପ୍ରତି ସରକାରଙ୍କ ଉଦାସୀନତା

Thu Dec 24 , 2020
ଭୁବନେଶ୍ବର: ଅବ୍ୟବସ୍ଥାରେ ରାଜଧାନୀର ଏକମାତ୍ର ସରକାରୀ ଆୟୁର୍ବେଦିକ ହସ୍ପିଟାଲ। ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ପରସ୍ଥିତି ଏପରି ହୋଇଛି ଯେ ରୋଗୀଙ୍କ ବେଡସିଟ୍‌ ବଦଳାଇବା ପାଇଁ ମଧ୍ୟ କର୍ମଚାରୀ ନାହାନ୍ତି। ସୁରକ୍ଷା କର୍ମଚାରୀଙ୍କଠାରୁ ମାଳି ପର୍ଯ୍ୟନ୍ତ ସବୁ ପଦବି ଖାଲି ପଡ଼ିଛି। ନୂତନ ନିଯୁକ୍ତି ହେଉ ନ ଥିବାରୁ କର୍ମଚାରୀ ସଂଖ୍ୟା କମିବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଆୟୁଷ ଚିକିତ୍ସାକୁ ଅବହେଳା କରାଯାଉଥିବା ଜଳ ଜଳ […]
ସରକାରୀ ଆୟୁର୍ବେଦିକ ହସ୍ପିଟାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial