ରିଜର୍ଭ ବ୍ୟାଙ୍କ୍‌ର ନୂତନ ଡେପୁଟି ଗଭର୍ଣ୍ଣର୍ ଭାବେ ମନୋନୀତ ହେଲେ ରବିଶଙ୍କର

ରିଜର୍ଭ ବ୍ୟାଙ୍କ୍‌ର ନୂତନ ଡେପୁଟି ଗଭର୍ଣ୍ଣର୍ ଭାବେ ମନୋନୀତ ହେଲେ ରବି ଶଙ୍କର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଚତୁର୍ଥ ଡେପୁଟି ଗଭର୍ଣ୍ଣର୍‌ ଭାବେ କେନ୍ଦ୍ର ସରକାରଙ୍କର ଏକ କମିଟି ଟି. ରବିଶଙ୍କରଙ୍କୁ ମନୋନୀତ କରିଛି। ରିଜର୍ଭ ବ୍ୟାଙ୍କ୍‌ର ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ଥିବା ଶଙ୍କର ନୂତନ ପଦବୀରେ ତିନି ବର୍ଷ ରହିବେ। ଏ ସଂକ୍ରାନ୍ତରେ ‘ଡିପାର୍ଟମେଣ୍ଟ୍‌ ଅଫ୍‌ ପର୍ସୋନେଲ୍ ଆଣ୍ଡ୍‌ ଟ୍ରେନିଙ୍ଗ୍‌’ ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି। ଅର୍ଥନୀତିରେ ଏମ୍‌. ଫିଲ୍‌ ଡିଗ୍ରି ହାସଲ କରିଥିବା ରବିଶଙ୍କର ଋଣ ପରିଚାଳନା ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ପରିଚାଳନା କରୁଥିଲେ। ନିଜସ୍ବ ମୌଳିକ ଚିନ୍ତାଧାରା ନିମନ୍ତେ ଅର୍ଥନୀତି ସମ୍ପ୍ରଦାୟରେ ସମ୍ମାନ ପାଉଥିବା ରବି ଶଙ୍କର ଅନେକ ଆର୍ଥିକ କମିଟିର ସଦସ୍ୟ ଥିଲେ। ଶଙ୍କରଙ୍କୁ ଦିଆଯିବାକୁ ଥିବା ବିଭାଗ ସଂକ୍ରାନ୍ତରେ ଏହି ବିବୃତିରେ କିଛି ଉଲ୍ଲେଖ ନ ଥିଲେ ମଧ୍ୟ ସେ ଗତ ମାସରେ ଅବସର ଗ୍ରହଣ କରିଥିବା ଡେପୁଟି ଗଭର୍ଣ୍ଣର୍‌ ବି. ପି. କାନୁନ୍‌ଗୋଙ୍କ ସ୍ଥାନରେ ରହିବେ। କାନୁନ୍‌ଗୋ ମୁଦ୍ରା ପରିଚାଳନା, ବାହ୍ୟ ନିବେଶ, ଅଭିଯାନ, ଦେୟ ଓ ବୁଝାମଣା ପ୍ରକ୍ରିୟା ଆଦି ଦାୟିତ୍ବରେ ଥିଲେ।

Share Now:

Kalinga News Beuro

Next Post

କପ୍ତିପଦା ଥାନା ଅଞ୍ଚଳରେ ଚଇତି ପର୍ବ ବନ୍ଦ କରିବାରୁ ପୁଲିସ କର୍ମଚାରୀଙ୍କୁ ପିଟିଲେ ଉତ୍ୟକ୍ତ ଲୋକେ

Sun May 2 , 2021
ଭୁବନେଶ୍ବର: ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୁଲିସ ଖାଇଲା ମାଡ଼। କୋଭିଡ ନିୟମ ଉଲ୍ଲଂଘନ କରି ଚଇତି ପର୍ବ ପାଳନ କରୁଥିଲେ, ପୁଲିସ ବିରୋଧ କରିବାରୁ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକେ। କେବଳ ପୁଲିସ କର୍ମଚାରୀଙ୍କୁ ମାଡ ମାରିନାହାନ୍ତି, ପୁଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ବାରିପଦା ନିକଟ କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଏଏସଆଇ ଗୁରୁତର ହୋଇଥିବା […]
ପୁଲିସ କର୍ମଚାରୀଙ୍କୁ ପିଟିଲେ ଉତ୍ୟକ୍ତ ଲୋକେ

ଆହୁରି ପଢ଼ନ୍ତୁ