ମଣିପୁରରେ ହିଂସା ପାଇଁ ୧୪ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ

ମଣିପୁରରେ ଚାଲିଥିବା ଆଦିବାସୀ-ଅଣଆଦିବାସୀ ହିଂସା

୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ଇମ୍ପାଲ : ମଣିପୁରରେ ଚାଲିଥିବା ଆଦିବାସୀ-ଅଣଆଦିବାସୀ ହିଂସାକୁ ଦମନ କରିବାକୁ ସରକାର ଏପର୍ଯ୍ୟନ୍ତ ୧୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ଆରଏଏଫ୍, ସିଆରପିଏଫ୍, ବିଏସ୍ଏଫ୍) ବହୁ ସଂଖ୍ୟାରେ ମୁତୟନ କରିଛନ୍ତି। ଏହା ସହିତ ଆହୁରି ଅଧିକ ଅର୍ଦ୍ଧସାମରିକ ବାହିନୀ ପଠାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ହିଂସାଗ୍ରସ୍ତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ମଣିପୁରରୁ ୧୫ରୁ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ୨୩ଟି ସମ୍ବେଦନଶୀଳ ଥାନାକୁ ସୁରକ୍ଷା ବାହିନୀ ଚିହ୍ନଟ କରିଛି। ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ସହ ବରିଷ୍ଠ ପୁଲିସ ଅଧିକାରୀମାନେ ଦାୟିତ୍ୱ ତୁଲାଉଛନ୍ତି। ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବା ସହ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ହିଂସାବେଳେ ୭-୮ଟି ପୁଲିସ ପୋଷ୍ଟରୁ ଲୋକମାନେ ଲୁଟି ନେଇଥିବା ଅସ୍ତ୍ରଶସ୍ତ୍ରକୁ ଯଥାଶୀଘ୍ର ଫେରାଇଦେବାକୁ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଯେଉଁମାନେ ଅସ୍ତ୍ରଶସ୍ତ୍ର ଫେରାଇଦେବେ ସେମାନଙ୍କ ପ୍ରତି କୋହଳ ଆଭିମୁଖ୍ୟ ଗ୍ରହଣ କରାଯିବ। ଯେଉଁମାନେ ଅସ୍ତ୍ରଶସ୍ତ୍ର ଜମା କରିବାରେ ବିଫଳ ହେବେ ସେମାନଙ୍କୁ ଗୁରୁତର ଆଇନଗତ ପରିଣାମ ଭୋଗିବାକୁ ପଡ଼ିବ। ଏହା ସହ ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାରେ ବିଫଳ ହେଲେ ମାମଲାକୁ ମଧ୍ୟ ଏନଆଇଏକୁ ହସ୍ତାନ୍ତର କରାଯାଇପାରେ ବୋଲି ଚେତାବନୀ ଦିଆଯାଇଛି।

Share Now:

Kalinga News Beuro

Next Post

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ୯ ମିନିଟ ପାଇଁ ଲାଇନ୍ କଟିଲା : ଜାରି ରଖିଲେ ଦୀକ୍ଷାନ୍ତ ଭାଷଣ

Sat May 6 , 2023
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍।ପାୱାର ଟ୍ରିପ୍ ଯୋଗୁ ଏହି ସମୟରେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହୋଇଥିଲା। ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ ଯାଏ ଦୀର୍ଘ ୯ ମିନିଟ ପାଇଁ ଲାଇନ୍ କଟିଯାଇଥିଲା। ବିଜୁଳି ନଥିବାରୁ ସାରା ଅଡିଟୋରିୟମ ଅନ୍ଧାର ଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଅନ୍ଧାର ଭିତରେ କିନ୍ତୁ […]
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ୯ ମିନିଟ ପାଇଁ ଲାଇନ୍ କଟିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial