ଜି-୨୦ କାଗଜପତ୍ରରେ ‘ବସୁଧୈବ କୁଟୁମ୍ବକମ୍’ ଲେଖାଯାଇପାରିବନି : ଚୀନ

‘ବସୁଧୈବ କୁଟୁମ୍ବକମ୍’

ନୂଆଦିଲ୍ଲୀ : ଭାରତ ଚଳିତ ବର୍ଷ ଜି-୨୦ର ସଭାପତି ଥିବାବେଳେ ଭାରତରେ ଜି-୨୦ର ବିଭିନ୍ନ ସମ୍ମିଳନୀମାନ ଆୟୋଜନ କରାଯାଉଛି। ତେବେ ଚୀନ କେତେକ କ୍ଷେତ୍ରରେ ବାରମ୍ବାର ପ୍ରତିବନ୍ଧକ ସୃଷ୍ଟି କରିବାରେ ଲାଗିଛି। ପୂର୍ବରୁ ଚୀନ କଶ୍ମୀରରେ ହୋଇଥିବା ଜି-୨୦ ବୈଠକକୁ ବର୍ଜନ କରିଥିବାବେଳେ ଏବେ ଆଉ ଏକ ପ୍ରସଙ୍ଗ ଉଠାଇ ଭାରତକୁ ଅପଦସ୍ଥ କରିବାକୁ ଉଦ୍ୟମ କରୁଛି।
ଜି-୨୦ର ଲୋଗୋ ଓ ବିଭିନ୍ନ କାଗଜପତ୍ରରେ ‘ବସୁଧୈବ କୁଟୁମ୍ବକମ୍’ ଉଲ୍ଲେଖ ରହିବାକୁ ବିରୋଧ କରୁଛି ଚୀନ। ଚୀନ ପକ୍ଷରୁ କୁହାଯାଇଛି ଯେ ସଂସ୍କୃତ ଜାତିସଂଘର ୬ଟି ଅଫିସିଆଲ ଭାଷା (ଇଂରାଜୀ, ଫରାସୀ, ଆରବୀ, ମାଣ୍ଡାରିନ, ଋଷୀୟ ଓ ସ୍ପାନିସ୍ ) ମଧ୍ୟରେ ନାହିଁ। ‘ବସୁଧୈବ କୁଟୁମ୍ବକମ୍’ ସଂସ୍କୃତରେ ଥିବାରୁ ତାହାକୁ ଲେଖାଯାଇପାରିବ ନାହିଁ। ଏ ପ୍ରସଙ୍ଗରେ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ତେବେ ଏହି ପ୍ରସଙ୍ଗରେ ଜି-୨୦ର ଅନ୍ୟ ଦେଶମାନେ ଭାରତ ସମର୍ଥନରେ ଛିଡ଼ା ହୋଇଛନ୍ତି। କେତେକ ଦେଶ କହିଛନ୍ତି ଯେ ଜି-୨୦ର ଥିମ୍ ଚୟନ କରିବା ଆୟୋଜକ ଦେଶର ବିଶେଷାଧିକାର ଅନ୍ତର୍ଭୁକ୍ତ। ଏଣୁ ଭାରତ ଏପରି କରିପାରିବ। ଏହା ସତ୍ତ୍ୱେ ଚୀନ ନିଜର ଆପତ୍ତି ଜାରି ରଖିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ଜି-୨୦ ବୈଠକର ସମାପନ କାଗଜପତ୍ରରେ ବସୁଧୈବ କୁଟୁମ୍ବକମ ବଦଳରେ ଇଂରାଜୀରେ ‘ୱାନ ଆର୍ଥ, ୱାନ ଫାମିଲି, ୱାନ ଫ୍ୟୁଚର’ ଲେଖାଯାଇଛି।

Share Now:

Kalinga News Beuro

Next Post

ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲା ବିଜେଡି : କେନ୍ଦ୍ର ସରକାର ଓ ମୋଦୀଙ୍କ ସପକ୍ଷରେ କହିଲେ ପିନାକୀ

Tue Aug 8 , 2023
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ଚାଲିଥିବା ବେଳେ ବିଜୁ ଜନତା ଦଳ ଏହାକୁ ବିରୋଧ କରିଛି। ଆଲୋଚନାରେ ଭାଗ ନେଇ ବିଜେଡି ପକ୍ଷରୁ ଲୋକସଭାରେ ଦଳର ନେତା ଥିବା ପିନାକୀ ମିଶ୍ର ମତ ରଖିଛନ୍ତି। ସେ କେନ୍ଦ୍ରସରକାରଙ୍କ ସଫଳତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଢ଼େର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଭଲ ବକ୍ତା ଓ ସଂସଦର ସବୁ […]
ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲା ବିଜେଡି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial