ଜଳବାୟୁ ପରିବର୍ତ୍ତନ: ୩ ଶହ କୋଟି ଲୋକଙ୍କ ପାଇଁ ସତର୍କ ଘଣ୍ଟି

୩ ଶହ କୋଟି ଲୋକଙ୍କ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟା ଆଗକୁ ଭୟଙ୍କର ରୂପ ନେବାକୁ ଯାଉଛି। ଏକ ଅଧ୍ୟୟନ ଅନୁଯାୟୀ ୨୦୭୦ ସୁଦ୍ଧା ବିଶ୍ବରେ ପ୍ରାୟ ୩ ଶହ କୋଟି ଲୋକ ଏଭଳି ସ୍ଥାନରେ ରହୁଥି‌ବେ ଯେଉଁଠି ସହ୍ୟ କଲାଭଳି ତାପମାତ୍ରା ନଥିବ। ଯେଉଁ ପର୍ଯ୍ୟନ୍ତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ର ନିର୍ଗମନରେ ହ୍ରାସ ପାଇବ ନାହିଁ, ସେ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଲୋକେ ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟର ସମୁଖୀନ ହେବାକୁ ବାଧ୍ୟ ହେବେ। ପୂରା ବିଶ୍ବ ଏବେ ତିନି ଡିଗ୍ରି ସେଲ୍‌ସିୟସ ତାପମାତ୍ରା ବୃଦ୍ଧି ଆଡ଼କୁ ଦ୍ରୁତ ଗତିରେ ମୁହାଁଇଛି। ଏଭଳି ସ୍ଥିତିରେ ବିଶ୍ବ ଜନସଂଖ୍ୟାର ଏକ ବଡ଼ ଭାଗ ଅସହ୍ୟ ଗରମର ସମୁଖୀନ ହେବେ ବୋଲି ଜଳବାୟୁ ବିଶେଷଜ୍ଞ ଟିମ୍‌ ଲେଣ୍ଟନ୍‌ କହିଛନ୍ତି। ଯେଉଁ ଅଞ୍ଚଳରେ ଏହି ପରିବର୍ତ୍ତନର ପ୍ରଭାବ ଅଧିକ ଦେଖିବାକୁ ମିଳିବ, ସେଥିରେ ଅଷ୍ଟ୍ରେଲିଆ, ଭାରତ, ଆଫ୍ରିକା, ଦକ୍ଷିଣ ଆମେରିକା ଏବଂ ମଧ୍ୟପ୍ରାଚ୍ୟର କେତେକ ଅଞ୍ଚଳ ଅଛି।

Share Now:

Kalinga News Beuro

Next Post

ଆଜିଠୁ ଟ୍ରକ୍‌ ଧର୍ମଘଟ : ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ମାଲ୍‌ ‌ପରିବହନ ବନ୍ଦ

Mon Nov 23 , 2020
‘ମ୍ୟାଜିକ କାଳିରେ ଲେଖା ହେଉଛି ଟ୍ରାଞ୍ଜିଟ୍‌ ପାସ୍‌’ ଭୁବନେଶ୍ୱର : ଆଜିଠାରୁ ‌ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଆରମ୍ଭ ହେଉଛି ଟ୍ରକ୍‌ ଧର୍ମଘଟ। ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ବାଲି, ପଥର ଓ ମୋରମ୍‌ ଭଳି ନିର୍ମାଣ ସାମଗ୍ରୀ ପରିବହନ କରିବେନି ଟ୍ରକ୍‌, ହାଇୱା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ଏକାଧିକ ସଂଘକୁ ନେଇ ଗଠିତ ଟ୍ରକ୍‌ ମାଲିକ ସଂଘ ସମନ୍ବୟ କମିଟି […]
ଆଜିଠୁ ଟ୍ରକ୍‌ ଧର୍ମଘଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial