ଆଜିଠୁ ଟ୍ରକ୍‌ ଧର୍ମଘଟ : ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ମାଲ୍‌ ‌ପରିବହନ ବନ୍ଦ

ଆଜିଠୁ ଟ୍ରକ୍‌ ଧର୍ମଘଟ

‘ମ୍ୟାଜିକ କାଳିରେ ଲେଖା ହେଉଛି ଟ୍ରାଞ୍ଜିଟ୍‌ ପାସ୍‌’

ଭୁବନେଶ୍ୱର : ଆଜିଠାରୁ ‌ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଆରମ୍ଭ ହେଉଛି ଟ୍ରକ୍‌ ଧର୍ମଘଟ। ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ବାଲି, ପଥର ଓ ମୋରମ୍‌ ଭଳି ନିର୍ମାଣ ସାମଗ୍ରୀ ପରିବହନ କରିବେନି ଟ୍ରକ୍‌, ହାଇୱା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ଏକାଧିକ ସଂଘକୁ ନେଇ ଗଠିତ ଟ୍ରକ୍‌ ମାଲିକ ସଂଘ ସମନ୍ବୟ କମିଟି ଘୋଷଣା କରିଛି। ବାହାର ଟ୍ରକ୍‌ ନିର୍ମାଣ ସାମଗ୍ରୀ ଆଣିଲେ, ସେମାନଙ୍କୁ ଅଟକାଇବା ପାଇଁ ସଂଘ ଯୋଜନା କରିଛି। ଏଥିରେ ହଜାର ହଜାର ଟ୍ରକ୍‌ ମାଲିକ ଓ କର୍ମଚାରୀଙ୍କ ପେଟପାଟଣା ଚିନ୍ତା ରହିଥିବାରୁ ବାହାର ଜିଲ୍ଲାର ଟ୍ରକ୍‌ ମାଲିକ ସଂଘକୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଯଦି କେହି ନ ମାନି ବ୍ୟବସାୟ କରେ, ତେବେ ସେମାନଙ୍କୁ ଅବରୋଧ କରାଯିବ ବୋଲି ସମନ୍ବୟ କମିଟି ପକ୍ଷରୁ କୁହାଯାଇଛି।
ସମନ୍ବୟ କମିଟି ବିଭିନ୍ନ ଦାବି ଉପସ୍ଥାପନ କରିବା ସହ ଏକ ସଙ୍ଗିନ୍‌ ଅଭିଯୋଗ କରିଛି। ଟ୍ରାଞ୍ଜିଟ ପାସ୍‌ ମ୍ୟାଜିକ୍‌ କାଳିରେ ଦସ୍ତଖତ ହେଉଥିବାରୁ ବାଟରେ ଲିଭି ଯାଉଛି। ଫଳରେ ଗାଡ଼ି ମାଲିକ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛି। ବାଲିଘାଟ ଲିଜ୍‌ଧାରୀ ଏହି ପାସ୍‌ ଦେଉଛି। ରାଜସ୍ବ ବିଭାଗୀୟ ଅଧିକାରୀ ଓ ଲିଜ୍‌ଧାରୀ ଭିତିରି ସମ୍ପର୍କ ରହୁଥିବାରୁ ଅଭିଯୋଗ ହେଲେ ମଧ୍ୟ ଲିଜ୍‌ଧାରୀ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଏଣୁ ଏଭଳି ହାତଲେଖା ବନ୍ଦ କରି ଟ୍ରାଞ୍ଜିଟ୍‌ ପାସ୍‌ର କମ୍ପ୍ୟୁଟରୀକରଣ କରିବା ପାଇଁ ସଂଘ ଦାବି କରିଛି। କମିଟିର ଅନ୍ୟତମ ସଦସ୍ୟ ପ୍ରଣବ ପରିଜା କହିଛନ୍ତି, ସରକାରଙ୍କ ବ୍ୟବସ୍ଥାରେ ଥିବା ତ୍ରୁଟି ପାଇଁ ଟ୍ରକ୍‌ ମାଲିକ ଜରିମାନା ଗଣି କାଙ୍ଗାଳ ହେଲେଣି। ତେଣୁ ଲଘୁ ଖଣିଜ ଦ୍ରବ୍ୟ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟବସ୍ଥିତ ନ ହେବା ପର୍ଯ୍ୟନ୍ତ ଟ୍ରକ୍‌ ଚାଲିବ ନାହିଁ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଗଛ ମଣିଷ ବାଇଧର: ୨୫ ବର୍ଷରେ ପୋତିଲେଣି ୧୦ ହଜାରରୁ ଊର୍ଦ୍ଧ୍ବ ଗଛ

Mon Nov 23 , 2020
ବେଗୁନିଆପଡ଼ା: ଗଛ ମଣିଷ ବାଇଧର ମଣ୍ଡଳ। ବୟସ ପାଖାପାଖି ୫୪। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ତାଳସର ପଂଚାୟତର ହଂସତୁଳି ଗ୍ରାମରେ ତାଙ୍କର ଘର। ବୃକ୍ଷ ହିଁ ତାଙ୍କ ଜୀବନ। ବୃକ୍ଷକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ବାଇଧର ଆଜି ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି। ବୃକ୍ଷରୋପଣ ସହ ବୃକ୍ଷ ସେବା ହିଁ ତାଙ୍କୁ ସମସ୍ତଙ୍କ ପାଖରେ ପରିଚିତ କରିଛି। ବାଇଧର ଜଣେ […]
ଗଛ ମଣିଷ ବାଇଧର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial