ବାରିମୂଳ ଜେଲର୍‌ଙ୍କୁ ଧମକ : ଗ୍ୟାଙ୍ଗଷ୍ଟର୍‌ ହାଇଦର୍‌ ସମ୍ବଲପୁର ଜେଲକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା : ଗ୍ୟାଙ୍ଗ୍‌ଷ୍ଟର ହାଇଦର୍‌କୁ କେନ୍ଦ୍ରାପଡ଼ା ବାରିମୂଳ ଉପକାରଗାରରୁ ସମ୍ବଲପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଛି। ହାଇଦର୍‌ର ପୁଅ ସେକ୍‌ ଅଜୋ ଉପକାରାଗାର ଅଧୀକ୍ଷକ ସରୋଜ ବିଶ୍ୱାଳଙ୍କୁ ଧମକ ଦେବା ଅଭିଯୋଗ ହେବା ପରେ ହାଇଦର୍‌କୁ ଏଠାରୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ୪ ମାସ ତଳେ ବାରିମୂଳ ଉପକାରାଗାରର କାନ୍ଥ ଡେଇଁ ବିଚାରାଧୀନ ବନ୍ଦୀ ରଙ୍ଗାଧର ବିଶ୍ୱାଳ ଫେରାର ହୋଇଯାଇଥିଲେ। ଏ ପର୍ଯ୍ୟନ୍ତ ପୁଲିସ ତାଙ୍କ ଟେର ପାଇପାରିନାହିଁ। ଏଣେ ଗ୍ୟାଙ୍ଗଷ୍ଟର ହାଇଦର୍‌ ସମେତ ଦଶରୁ ଅଧିକ କୁଖ୍ୟାତ ଅପରାଧୀ ରହୁଥିବା ଉପକାରାଗାରର ନିରାପତ୍ତା ବିପନ୍ନ ହୋଇ ପଡ଼ିଥିଲା। ଅନ୍ୟପଟେ ସେକ୍‌ ଅଜୋ ନୂତନ ଭାବେ ଯୋଗ ଦେଇଥିବା ଅଧୀକ୍ଷକ ଶ୍ରୀ ବିଶ୍ୱାଳଙ୍କୁ ଧମକ ଦେବା ଅଭିଯୋଗ ହେବା ପରେ ଏ ନେଇ ଜିଲ୍ଲା ଏସ୍‌ପି ନିତି ଶେଖରଙ୍କୁ ଅବଗତ କରାଯାଇଥିଲା। ସଦର ଥାନାରେ ଲିଖିତ ଅଭିଯୋଗକୁ ଭିତ୍ତିକରି ହାଇଦର୍‌ ପୁଅ ଅଜୋ ନାମରେ ଦଫା ୨୯୪, ୫୦୬ରେ ଏକ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।

ତେବେ ହାଇଦର୍‌ ପଟୁ ଜେଲ୍‌ ଭିତରେ କୌଣସି ଅଘଟଣ ଆଶଙ୍କା କରି ତାକୁ ଦୁଇ ଦିନ ତଳେ ସମ୍ବଲପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଜେଲ ଭିତରେ ଗତ କିଛି ମାସ ଭିତରେ କଟା ଦୀପୁ, ବିଭୁ ସାହୁ ଓ ଅନ୍ୟ କେତେକ ଦୁର୍ଦ୍ଦାନ୍ତ ଅପରାଧୀ ଥିବାରୁ ନିଜ ନିଜର ଗୋଷ୍ଠୀ ଗଠନ ଉଦ୍ୟମ ପାଇଁ ଯୋଜନା ଚାଲିଥିବା ଜଣାପଡ଼ିବା ପରେ ସେମାନଙ୍କ ଉପରେ ଅଙ୍କୁଶ ଲଗାଇବା ଉଦ୍ୟମ ହୋଇଥିଲା। ଫଳରେ ହାଇଦର୍‌କୁ ସ୍ଥାନାନ୍ତର ନିମନ୍ତେ ଜେଲ୍‌ କର୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନା ଥାଉ କି, ବାରମୂଳ ଉପକାରାଗାରରେ ୩ ଥର ଗ୍ୟାଙ୍ଗଓ୍ଵାର୍‌ ପରେ ତତ୍କାଳୀନ ଅଧୀକ୍ଷକ ସୌଭାଗ୍ୟ ବଳଙ୍କୁ ଏଠାରୁ ୧୫ ଦିନ ତଳେ ବଦଳି କରାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ବିଏମ୍‌ସିର ଅଜବ ନୀତି: ଭୁବନେଶ୍ୱରରେ ଘର କରିଛ ମାନେ ଭୋଗିବ

Fri Jun 22 , 2018
ଭୁବନେଶ୍ୱର: ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ପ୍ଲାନ୍‌ ଅନୁମୋଦନରେ ବା ନେଇଥିବା ଅନୁମୋଦନ ଠାରୁ ଅଧିକ ଅଞ୍ଚଳରେ ନିର୍ମାଣ କରିଥିଲେ ଏହାକୁ ବେଆଇନ ନିର୍ମାଣ କୁହାଯାଉଛି। ତେଣୁ ଏହି ବେଆଇନ ନିର୍ମାଣକୁ ନିୟମିତ କରିବା ଏବଂ ଘର ନିର୍ମାଣ ପ୍ଲାନ୍‌ ଅନୁମୋଦନ କରିବାକୁ ରାଜ୍ୟ ସରକାର ସର୍ବକ୍ଷମା ଯୋଜନା ଘୋଷଣା କରିଛନ୍ତି। ସର୍ବକ୍ଷମା ଘୋଷଣା ହେବାର ୨୪ଘଣ୍ଟା ନପୂରୁଣୁ ଏବେ ରାଜଧାନୀବାସୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଲାଣି। ରାଜ୍ୟର ୮ଟି କର୍ତ୍ତୃପକ୍ଷଙ୍କ ଅଧୀନରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial