ଡିଏଲ୍ ଆବେଦନ ପାଇଁ ସମୟ ସୀମା ବଢ଼ିଲା

ଡିଏଲ୍ ଆବେଦନ ପାଇଁ ସମୟ ସୀମା ବଢ଼ିଲା

ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ଡିଏଲ୍ ଆବେଦନ କରିବା ପାଇଁ ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ସମୟ ସୀମା ବଢ଼ାଇଛନ୍ତି। ଯେଉଁ ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ଡିଏଲ୍ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ, ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ ବଢ଼ାଯାଇଛି। ଏହି ସମୟ ଭିତରେ ସେମାନେ ଡିଏଲ୍ ପାଇଁ ଆବେଦନ କରିପାରିବେ ବୋଲି ଜଣାଯାଇଛି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି। ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଭାରତ ସରକାର ଫିଟନେସ୍, ଅନୁମତି (ସମସ୍ତ ପ୍ରକାର), ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର ଇତ୍ୟାଦିର ବୈଧତା ବୃଦ୍ଧି ପାଇଁ ଏକ ଆଡଭାଇଜାରି ଜାରି କରିଥିଲେ।

Share Now:

Kalinga News Beuro

Next Post

ସନ୍ଦେହ ଘେରରେ ବିଚାରାଧୀନ ନକ୍ସଲ କଏଦୀର ମୃତ୍ୟୁ

Mon Dec 28 , 2020
ମାଲକାନଗିରି : ମାଲକାନଗିରି ଉପକାରାଗାରରେ ଜଣେ ବିଚାରଧୀନ ନକ୍ସଲର ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ। ବିଚାରଧୀନ ନକ୍ସଲ କଏଦୀ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସନ୍ଦେହ ଘେରରେ ରହିଛି। ଗତ ଦୁଇ ମାସ ତଳେ ନକ୍ସଲ କେଶରେ ମୃତ ଦନୁ ଗୋଲାରୀଙ୍କୁ ଗିରଫ କରି ଜେଲ ପଠାଇଥିଲେ। ସେ ସ୍ୱାଭିମାନ ଅଞ୍ଚଳର ଖଜୁରୀଗୁଡା ଗ୍ରାମର ସୁରେନ୍ଦ୍ର ଗୋଲାରୀଙ୍କ ପୁଅ ବୋଲି ଜଣାପଡିଛି। ମୃତ ଦନୁ […]
ମାଲକାନଗିରି ଜେଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial