ଏବେ ବଢ଼ିବନି ତାତି

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତ ଦୁଇ ଦିନ ହେଲା ଉପକୂଳ ଓ ଉତ୍ତର ଓଡ଼ିଶାରେ ତାତିରୁ ତ୍ରାହି ମିଳିଥିବା ବେଳେ ଆଜି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବି ତାପମାତ୍ରା କମିଛି। ପ୍ରତି ସ୍ଥାନରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବାରୁ ସାଧାରଣ ଲୋକଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି। କାଳବୈଶାଖୀର ପ୍ରଭାବ ବି କମିଛି। କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବୋହିଥିଲା। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ। ତାତି ବଢ଼ିବ ନାହିଁ। ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତାହାର ପ୍ରଭାବରେ ପାଗ କୋହଲା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଏପ୍ରିଲ ୧୪ ପର୍ଯ୍ୟନ୍ତ ତାପମାତ୍ରା ସେଭଳି ବଢ଼ିବ ନାହିଁ। ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଏପାଖ ସେପାଖ ହୋଇପାରେ। କାଳବୈଶାଖୀର ଆଶଙ୍କା ରହିବ। ୫ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ୩୫.୬ ମି.ମି. ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୩୩.୧, ଦାରିଙ୍ଗବାଡ଼ିରେ ୨୭, ପୁରୀରେ ୨୦, କୋରାପୁଟରେ ୧୯.୪, କେନ୍ଦୁଝରଗଡ଼ରେ ୧୨.୯, ଟିଟିଲାଗଡ଼ରେ ୧୦, ଭୁବନେଶ୍ୱରରେ ୬.୩, ସୁନ୍ଦରଗଡ଼ରେ ୫, କଟକରେ ୪.୮, ଫୁଲବାଣୀରେ ୩.୬, ବଲାଙ୍ଗୀର ଓ ମାଲକାନଗିରିରେ ୩, ଚାନ୍ଦବାଲିରେ ୨.୨ ମି.ମି. ବର୍ଷା ହୋଇଛି। ଆଜି ଓଡ଼ିଶାର କୌଣସି ବି ସ୍ଥାନରେ ବର୍ଷା ହୋଇ ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

କୋର୍ଟ ଯିବେ ଉନ୍ମୟଙ୍କ ପରିବାର: କୁଆଖାଇ ନଦୀପଠାରୁ ଯୁବକଙ୍କ ଅଧାପୋଡ଼ା ଶବ ମିଳିବା ଘଟଣା

Tue Apr 3 , 2018
ଆସିଲା ଫରେନ୍‌ସିକ୍‌ ରିପୋର୍ଟ, ଲାପଟପ୍‌ରୁ ଭିଡିଓ ଡିଲିଟ୍‌ କରାଯାଇଛି ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦପୀଠାରେ ଉନ୍ମୟ ପାଢ଼ୀଙ୍କ ହତ୍ୟା ଘଟଣାକୁ ଦୁଇ ସପ୍ତାହ ହୋଇ ଗଲା। କିନ୍ତୁ ପୁଲିସ ଏଯାଏ ଏହି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦାଫାସ କରିବାକୁ ସକ୍ଷମ ହୋଇ ପାରିଲା ନାହିଁ। ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉନ୍ମୟଙ୍କ ବଡ଼ ଭାଇ ଚିନ୍ମୟ। କହିଛନ୍ତି ଖୁବ୍‌ ଶୀଘ୍ର ସେ ହାଇକୋର୍ଟର ଦ୍ୱାରସ୍ଥ ହେବେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial