ପୁଲିସ୍‌ ପରିଚୟ ଦେଇ ଝାମ୍ପି ନେଲେ ୧୫ ଭରି ସୁନା ଅଳଙ୍କାର

ବ୍ରହ୍ମପୁର: ପୁଲିସ୍‌ ନାଁରେ ମହିଳାଙ୍କଠାରୁ ସୁନା ଲୁଟି ନେଲେ ଦୁର୍ବୃତ୍ତ। ଏହି ଘଟଣା ଘଟିଛି ବ୍ରହ୍ମପୁର ସୀତାଦେବୀ ଖଡାଙ୍ଗା ଛାତ୍ରୀନିବାସ ସାମ୍ନାରେ। ଗୋଷାଣୀ ନୂଆଗାଁ ଅଞ୍ଚଳର ସଞ୍ଜୁକ୍ତା ପାଢ଼ୀ ନାମକ ଜଣେ ମହିଳା ସବୁଦିନ ଭଳି ଆଜି ମଧ୍ୟ ମର୍ଣ୍ଣିଂ ଓ୍ୱାକରେ ଯାଇଥିଲେ। ତେବେ ଫେରିବା ବେଳେ ୪ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ନିଜକୁ ପୁଲିସ୍‌ ବୋଲି ପରିଚୟ ଦେଇଥିଲେ। ପରେ ସେ ପିନ୍ଧିଥିବା ସୁନା ଗହଣା ଖୋଲି ଦାୟିତ୍ୱରେ ରଖିବାକୁ ପରାମର୍ଶ ଦେଇଥିଲେ। ସଞ୍ଜୁକ୍ତା ସେମାନଙ୍କ କଥାରେ ବିଶ୍ୱାସ କରି ପିନ୍ଧିଥିବା ହାର, ମୁଦି ଓ ଚୁଡ଼ି ଓହ୍ଲାଇ ଦେଇଥିଲେ। ହେଲେ ସେ ଏହାକୁ ଯତ୍ନର ସହ ରଖିବା ପୂର୍ବରୁ ଦୁର୍ବୃତ୍ତମାନେ ମାଉଜର ଦେଖାଇ ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର ଟାଉନ ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଲୁଟ୍‌ ସୁନା ପ୍ରାୟ ୧୫ ଭରି ହେବ ବୋଲି ମହିଳା ଜଣଙ୍କ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଜମ୍ମୁ ଓ କଶ୍ମୀର: ବଟମାଲୁ ଠାରେ ଏନ୍‌କାଉଣ୍ଟର୍‌ ବେଳେ ଜଣେ ପୁଲିସ ସହିଦ

Sun Aug 12 , 2018
ନୂଆଦିଲ୍ଲୀ: ବଟମାଲୁ ନିକଟରେ ରବିବାର ଦିନ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ସ୍ପେସାଲ୍‌ ଅପରୋସନ୍‌ ଗ୍ରୁପ୍‌ର ଜଣେ ପୁଲିସବାଲା ସହିଦ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର ପୁଲିସର ଅନ୍ୟ ଜଣେ ଏବଂ ଦୁଇ ଜଣ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର ଡିଜିପି ଏସ୍‌ପି ବୈଦ କହିଛନ୍ତି: ଏକ ଆଡ୍ଡାରେ ଆତଙ୍କବାଦୀମାନେ ଉପସ୍ଥିତ ଥିବାର ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial