ରାଜ୍ୟରେ ଏବର୍ଷ ହେବ ନାହିଁ ପାୱାର୍‌ କଟ୍‌ : ଶକ୍ତି ମନ୍ତ୍ରୀ ପ୍ରତାପ ଦେବ

ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ

ଭୁବନେଶ୍ବର: ଖରା ଦିନ ଆସିଲେ ଲୋକଙ୍କୁ ପାୱାର୍‌ କଟ୍‌ର ଚିନ୍ତା ଘାରେ। ପ୍ରଚଣ୍ଡ ଗରମରେ ବିନା କରେଣ୍ଟ୍‌ରେ ରହିବା ଅସମ୍ଭବ ମନେ ହେଉଥିବା ବେଳେ ‌ଏବେ ଆସିଥିବା ଖବରଟି ଆପଣଙ୍କୁ ଆଶ୍ବସ୍ତ କରିବ। ଲୋକଙ୍କୁ ଆଶ୍ବାସନା ଦେଇ ଏବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ସେ ଆହୁରି ବି କହିଛନ୍ତି ଯେ ‘ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ। ଏହା ଗଣମାଧ୍ୟମର କାଳ୍ପନିକ ଖବର। ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି। ନଈ ନ ଦେଖୁଣୁ ଖାଲି ଲଙ୍ଗଳା ହେଉଛନ୍ତି। ଯଦି ବିଜୁଳି କଟୁଛି ତାର ଅର୍ଥ ନୁହଁ କି ପାୱାର୍‌ କଟ୍ ‌ହେଉଛି। ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ। ପ୍ରତିଶୃତି ଦେଉଛି ଯେ ଏବର୍ଷ ପାୱାର୍‌ କଟ୍‌ ହେବନି। ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡିଯାଇଥିବ, ‌ଯେଉଁ କାରଣରୁ ବିଜୁଳି ନଥାଇପାରେ। କୋଉଠି କେଉଁ ପ୍ରକାରର ଯାନ୍ତ୍ରିକ ତ୍ରୁଟି ଥାଇପାରେ କାଳବୈଶାଖୀ ପାଇଁ। ଲୋକଙ୍କ ଦାବି ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି।’

Share Now:

Kalinga News Beuro

Next Post

୭୫ବର୍ଷରେ ରାଜଧାନୀ ଭୁବନେଶ୍ବର : ୧୫ ଲକ୍ଷ ରାଜଧାନୀବାସୀଙ୍କ ପାଇଁ କିଛି ଭେଟି ନାହିଁ

Thu Apr 13 , 2023
ଭୁବନେଶ୍ବର : ଆଜକୁ ଠିକ୍ ୭୫ବର୍ଷ ତଳେ, ସବୁଜିମାରେ ଖୁନ୍ଦି ହୋଇଯାଇଥିବା ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମିଳିଥିଲା। ସେହିଦିନ ହିଁ ସବୁଜିମାକୁ ଉଜାଡ଼ି ଏକ ଅତ୍ୟାଧୁନିକ ରାଜଧାନୀର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। ହେଲେ ଏତେ ଜଲ୍‌ଦି ଭୁବନେଶ୍ବର କଙ୍କ୍ରିଟ ଜଙ୍ଗଲରେ ପରିଣତ ହେବ ସେ‌ କଳ୍ପନା କେହି କରିନଥିଲେ। ଏବେ ଦେହରେ ବସନ୍ତର ମଳୟ ପବନ ବଦଳରେ ଉତ୍ତପ୍ତ ଚଟାଣର ହାୱା ବାଜୁଛି। ମନ୍ଦିରମାଳିନୀର ପରିଚୟ କେବଳ ବହିରେ […]
ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial