ବାଲିଯାତ୍ରାରେ ପୌର ନିଗମ ନେବ ଲାଇସେନ୍ସ, ହୋର୍ଡିଂ, ୟୁଜର୍‌ସ ଫି

ପୌର ନିଗମ ନେବ ଲାଇସେନ୍ସ

କଟକ: ବାଲିଯାତ୍ରାରେ ବ୍ୟବସାୟ କରିବାକୁ ଆସୁଥିବା ବ୍ୟବସାୟୀଙ୍କୁ ପୌର ନିଗମ ପକ୍ଷରୁ ଅସ୍ଥାୟୀ ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ କରାଯିବ। ଏଥିପାଇଁ ବ୍ୟବସାୟୀଙ୍କୁ ଲାଇସେନ୍ସ ଫି ଦେବା ସହ ୟୁଜର ଫି, ହୋର୍ଡିଂ ଓ ବ୍ୟାନର ଲଗାଇବା ବାବଦରେ ଅର୍ଥ ଦେବାକୁ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବାଲିଯାତ୍ରାରେ ନିଲାମ ପ୍ରକ୍ରିୟାରେ ଅଧିକ ଟଙ୍କାରେ ବ୍ୟବସାୟୀଙ୍କୁ ପ୍ଲଟ କିଣିବାକୁ ପଡ଼ୁଥିବା ବେଳେ ଏବେ ନିଗମର ବିଭିନ୍ନ ଫି ସେମାନଙ୍କ ପାଇଁ ଚିନ୍ତାର କରାଣ ହୋଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ପୌର ନିଗମ ଆଇନ ଅନୁଯାୟୀ ବାଲିଯାତ୍ରା ପଡ଼ିଆରେ ଷ୍ଟଲ ଦେଇଥିବା ବ୍ୟବସାୟୀଙ୍କୁ ଅସ୍ଥାୟୀ ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ କରାଯିବ। ଏଥିପାଇଁ ବ୍ୟବସାୟୀଙ୍କୁ ଟ୍ରେଡ୍‌ ଲାଇସେନ୍ସ ଓ ୟୁଜର ଫି ଦେବାକୁ ପଡିବ। ଗୋଟିଏ ସ୍ଥାନରେ ବସି ବେପାର କରୁଥିବା ଦୋକାନୀଙ୍କୁ ବର୍ଗପୁଟ ପିଛା ଟ୍ରେଡ୍‌ ଲାଇସେନ୍ସ ବାବଦରେ ୫ ଟଙ୍କା ଓ ୟୁଜର ଫି ବାବଦରେ ୩ଟଙ୍କା ଦେବାକୁ ପଡ଼ିବ।
ଦୁଇଟି ଫି ବାବଦରେ ପ୍ରତ୍ୟେକ ଦୋକାନୀଙ୍କୁ ମୋଟ ୮ ଟଙ୍କା ଦେବାକୁ ହେବ। ଟ୍ରେଡ୍‌ ଲାଇସେନ୍ସ ଓ ୟୁଜର ଫି ବାବଦରେ ସର୍ବାଧିକ ଯଥାକ୍ରମେ ୧୫ ହଜାର ଓ ୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ନିଗମ ପକ୍ଷରୁ ଜାରି କରାଯାଇ ଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ଉଠା ଦୋକାନୀଙ୍କ ପାଇଁ ‌ଲାଇସେନ୍ସ ବାବଦକୁ ଦେଢ ଶହ ଟଙ୍କା ଓ ୟୁଜର ଫି ବାବଦକୁ ୫୦ ଟଙ୍କା କରି ମୋଟ ୨ଶହ ଟଙ୍କା ଦେବାକୁ ହେବ। ବାଲିଯାତ୍ରାରେ ବିଜ୍ଞାପନ ପାଇଁ ବିଭିନ୍ନ ସ୍ଥା‌ନରେ ହୋର୍ଡିଂ, ବ୍ୟାନର, ଗେଟ୍‌ ଆଦି କରିବାକୁ ହେଲେ ନିଗମକୁ ଫି ଦେବାକୁ ହେବ। ବିନା ଆଲୋକରେ ବକ୍ସ ଗେଟ୍‌ ପାଇଁ ୧୫ଶହ, ବକ୍ସ ଲାଇଟ୍‌ ଗେଟ୍‌ ପାଇଁ ୨ ହଜାର, ଫ୍ଲାଟ୍‌ ଗେଟ୍‌ ପାଇଁ ୧ ହଜାର ଟଙ୍କା ଫି ଦେବାକୁ ପଡ଼ିବ। ବ୍ୟାନର ଫାଇଁ ବର୍ଗଫୁଟକୁ ୩୦ଟଙ୍କା ଓ ବେଲୁନ ପାଇଁ ଦିନକୁ ୩ଶହ ଟଙ୍କା ବ୍ୟବସାୟୀ ଓ ବ୍ୟବସାୟୀ ପ୍ରତିଷ୍ଠାନଙ୍କୁ ଦେବାକୁ ହେବ। ନିଗମ ଦ୍ୱାରା ଧାର୍ଯ୍ୟ ହୋଇଥିବା ଫି ନଦେଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ଗୁରୁତର ସ୍ତରକୁ ଖସିଲା ଦିଲ୍ଲୀର ପ୍ରଦୂଷଣ ସ୍ତର : ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ସାମୟିକ ରୋକ୍

Sat Oct 29 , 2022
ନୂଆଦିଲ୍ଲୀ : ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ନିଷେଧାଜ୍ଞା ଜାରି ହେବା ସତ୍ତ୍ବେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଚିନ୍ତାଜନକ ସ୍ତରରେ ପହଞ୍ଚିଯାଇଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ସିଭିୟର ବା ଗୁରୁତର ସ୍ତରକୁ ଚାଲିଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପ୍ରଶାସନ ପକ୍ଷରୁ ଆଉ କେତେକ କଟକଣା ଲଗାଯାଇଛି। ସରକାରୀ ନିର୍ଦ୍ଦେଶ ଅନୁସାରେ ଅତ୍ୟାବଶ୍ୟକ ପ୍ରକଳ୍ପକୁ ଛାଡ଼ିଦେଲେ ଅନ୍ୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓ ଭାଙ୍ଗିବା କାର୍ଯ୍ୟ […]
ଦିଲ୍ଲୀର ପ୍ରଦୂଷଣ ସ୍ତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial