ଗୁରୁତର ସ୍ତରକୁ ଖସିଲା ଦିଲ୍ଲୀର ପ୍ରଦୂଷଣ ସ୍ତର : ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ସାମୟିକ ରୋକ୍

ଦିଲ୍ଲୀର ପ୍ରଦୂଷଣ ସ୍ତର

ନୂଆଦିଲ୍ଲୀ : ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ନିଷେଧାଜ୍ଞା ଜାରି ହେବା ସତ୍ତ୍ବେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଚିନ୍ତାଜନକ ସ୍ତରରେ ପହଞ୍ଚିଯାଇଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ସିଭିୟର ବା ଗୁରୁତର ସ୍ତରକୁ ଚାଲିଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପ୍ରଶାସନ ପକ୍ଷରୁ ଆଉ କେତେକ କଟକଣା ଲଗାଯାଇଛି। ସରକାରୀ ନିର୍ଦ୍ଦେଶ ଅନୁସାରେ ଅତ୍ୟାବଶ୍ୟକ ପ୍ରକଳ୍ପକୁ ଛାଡ଼ିଦେଲେ ଅନ୍ୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓ ଭାଙ୍ଗିବା କାର୍ଯ୍ୟ ଉପରେ ରୋକ ଲଗାଯାଇଛି। ବାୟୁ ଗୁଣବତ୍ତା ପରିଚାଳନା କମିସନ (ସିଏକ୍ୟୁଏମ) ଅନୁଯାୟୀ, ପବନର ବେଗ ମନ୍ଥର ହେବା ଏବଂ କୃଷକମାନଙ୍କ ଦ୍ବାରା ନଡ଼ା ଜାଳିବା ଘଟଣାରେ ହଠାତ୍ ବୃଦ୍ଧି ସହିତ ପ୍ରତିକୂଳ ପାଣିପାଗ ପରିସ୍ଥିତି ହେତୁ ଜିଆରଏପିର ପର୍ଯ୍ୟାୟ-୩ କାର୍ଯ୍ୟକାରୀ କରାଯାଉଛି। ସିଏକ୍ୟୁଏମ୍ କହିଛି, “ମନ୍ଥର ପବନର ବେଗ ଏବଂ ନାଡ଼ା ଜାଳିବା ଘଟଣାରେ ହଠାତ୍ ବୃଦ୍ଧି ସହିତ ପ୍ରତିକୂଳ ପାଣିପାଗ ପରିସ୍ଥିତି ହେତୁ, ସମଗ୍ର ଏନସିଆରରେ ତୁରନ୍ତ ପ୍ରଭାବ ସହିତ ଜିଆରଏପିର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ଆବଶ୍ୟକ ହୋଇପଡ଼ିଛି। ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ସିଭିୟର ସ୍ତରକୁ ଗଲେ ଜିଆରଏପି ସବ-କମିଟି ପକ୍ଷରୁ ୩ୟ ପର୍ଯ୍ୟାୟ ଜିଆରଏପି ଲାଗୁ ହୋଇଥାଏ। ପଞ୍ଜାବରେ ଫସଲ ଅମଳ ହୋଇଯାଇଥିବାରୁ କୃଷକମାନେ ଏବେ ପ୍ରବଳ ମାତ୍ରାରେ ନଡ଼ା ଜାଳୁଛନ୍ତି। ଏହାର ଧୂଆଁ ଦିଲ୍ଲୀ-ଏନସିଆରରେ ପ୍ରବେଶ କରି ପ୍ରଦୂଷଣ କରାଉଛି ।

Share Now:

Kalinga News Beuro

Next Post

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ୍‌ ଓ ଛାତ୍ର କଂଗ୍ରେସ ମୁହାଁମୁହିଁ

Sat Oct 29 , 2022
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ଓ ପୁଲିସ୍‌ ମୁହାଁମୁହିଁ ହୋଇଥିବା ସୂଚନା ରହିଛି। ଛାତ୍ର କଂଗ୍ରେସ ସଦସ୍ୟମାନେ ନବୀନ ନିବାସକୁ ଘେରାଉ କରିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇବୁ ଚେଷ୍ଟା କରିଥିଲା। ପୁଲିସ୍‌ ମେସାନଙ୍କୁ ଅଟକାଇବାକୁ ଉଦ୍ୟମ କରିବା ବେଳେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସର ସଦସ୍ୟମାନେ ପୁଲିସ୍‌ ଉପରକୁ ଅଣ୍ଡା ଓ ଟମାଟର୍‌ ମାରିଥିବା ସୂଚନା ରହିଛି। ତେବେ ଜାଣିବାକୁ ମିଳିଛି […]
ନବୀନ ନିବାସ ଘେରାଉ ଉଦ୍ୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial