ଥାନାରେ ଲୁଙ୍ଗି ଓ ଗଞ୍ଜି ପିନ୍ଧି ମହିଳାଙ୍କ ଅଭିଯୋଗ ଶୁଣିଲେ ଇନ୍ସପେକ୍ଟର‌

ଲୁଙ୍ଗି, ଗାମୁଚ୍ଛା ଓ ଗଞ୍ଜି ପିନ୍ଧି ଅଭିଯୋଗ ଶୁଣିଲେ ଇନସ୍ପେକଟର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୌଶାମ୍ବୀ ଥାନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଥାନାର ଇନ୍ସପେକ୍ଟର ଲୁଙ୍ଗି, ଗାମୁଚ୍ଛା ଓ ଗଞ୍ଜି ପିନ୍ଧି ମହିଳା ପୀଡ଼ିତାଙ୍କ ଅଭିଯୋଗ ଶୁଣୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓ ଭାଇରାଲ ହେବାପରେ ଉକ୍ତ ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ପୁଲିସ ଇନ୍ସପେକ୍ଟର ଥାନାରେ ଲୁଙ୍ଗି ଓ ଗଞ୍ଜି ପିନ୍ଧି ବସିଛନ୍ତି। ଏହି ସମୟରେ ୩ଜଣ ପୀଡିତ ମହିଳା ଅଭିଯୋଗ କରିବାକୁ ଥାନାକୁ ଆସୁଛନ୍ତି। ଇନ୍ସପେକ୍ଟର ଜଣକ ସେହି ଗଞ୍ଜି ଓ ଲୁଙ୍ଗି ପିନ୍ଧା ଅବସ୍ଥାରେ ଚୌକିରେ ବସି ମହିଳାମାନଙ୍କ ଅଭିଯୋଗ ଶୁଣୁଛନ୍ତି।’
ଏହି ଘଟଣା ମୋବାଇଲରୁ ମୋବାଇଲକୁ ଘୁରିଘୁରି ଥାନା ଅଧିକାରୀଙ୍କ ନିକଟରେ ପହଞ୍ଚିବା ପରେ ସେ କ୍ରୋଧିତ ହୋଇଯାଇଥିଲେ। ଇନ୍ସପେକ୍ଟରଙ୍କ ଏଭଳି ଅବତାର ପାଇଁ ପୁଲିସ ବିଭାଗକୁ ଲୋ‌କେ ତାତ୍ସଲ୍ୟ କରୁଛନ୍ତି ବୋଲି କହିବା ସହିତ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଏଏସପି ବୃଜେଶ ଶ୍ରୀବାସ୍ତବ ଯାଞ୍ଚ ଆଦେଶ ଦେଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଥିବା ଇନ୍ସପେକ୍ଟରଙ୍କ ନାମ ରାମ ନାରାୟଣ ସୋନକର ବୋଲି ଜଣାପଡ଼ିଛି। ଗ୍ରାମରେ ଦୁଇଟି ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗିବା ପରେ ତିନିଜଣ ମହିଳା ଥାନାକୁ ଅଭିଯୋଗ ପାଇଁ ଆସିଥିଲେ। ତେବେ ଇନ୍ସପେକ୍ଟର ଜଣକ ଏହି ସମୟରେ ଖାକି ପୋଷାକ ବଦଳରେ ଗଞ୍ଜି ଓ ଲୁଙ୍ଗି ପିନ୍ଧି ମହିଳାଙ୍କ ଅଭିଯୋଗ ଶୁଣିବା ପାଇଁ ଚୌକିରେ ଆସି ବସିଥିଲେ। ତେବେ ଏହି ଘଟଣାକୁ କେହି ଜଣେ ଫୋନରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହୋଇଯାଇଛି।

Share Now:

Kalinga News Beuro

Next Post

ବିଧାନସଭା ନିର୍ବାଚନ ‌ବେଳେ ନକ୍ସଲ ଉପଦ୍ରବ : ଏକାଧିକ ସ୍ଥାନରେ ସୁରକ୍ଷା କର୍ମୀଙ୍କ ସହ ନକ୍ସଲଙ୍କ ଗୁଳି ବିନିମୟ

Tue Nov 7 , 2023
ମାଲକାନଗିରି : ପଡୋଶୀ ଛତିଶଗଡ଼ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ମତଦାନ ହୋଇଛି। ରାଜ୍ୟର ବସ୍ତର ଡିଭିଜନ ଅଧୀନ ୨୦ଟି ଆସନରେ ମତଦାତା ଭୋଟ ଦେଇଛନ୍ତି। ଅନ୍ୟପଟରେ ନିର୍ବାଚନକୁ ବହିଷ୍କାର କରିବା ଲାଗି କିଛି ଗ୍ରାମର ଲୋକ ଏବଂ ଯବାନଙ୍କ କ୍ଷତି ପହଞ୍ଚାଇବା ପାଇଁ ନକ୍ସଲମାନେ ଉଦ୍ୟମ କରିଛନ୍ତି। ଆଜି ନକ୍ସଲମାନେ ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପଦ୍ରବ ସୃଷ୍ଟି କରିଛନ୍ତି। କିନ୍ତୁ ସୁରକ୍ଷା […]
ନିର୍ବାଚନ ‌ବେଳେ ମାତିଲେ ନକ୍ସଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial