ବିଧାନସଭା ନିର୍ବାଚନ ‌ବେଳେ ନକ୍ସଲ ଉପଦ୍ରବ : ଏକାଧିକ ସ୍ଥାନରେ ସୁରକ୍ଷା କର୍ମୀଙ୍କ ସହ ନକ୍ସଲଙ୍କ ଗୁଳି ବିନିମୟ

ନିର୍ବାଚନ ‌ବେଳେ ମାତିଲେ ନକ୍ସଲ

ମାଲକାନଗିରି : ପଡୋଶୀ ଛତିଶଗଡ଼ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ମତଦାନ ହୋଇଛି। ରାଜ୍ୟର ବସ୍ତର ଡିଭିଜନ ଅଧୀନ ୨୦ଟି ଆସନରେ ମତଦାତା ଭୋଟ ଦେଇଛନ୍ତି। ଅନ୍ୟପଟରେ ନିର୍ବାଚନକୁ ବହିଷ୍କାର କରିବା ଲାଗି କିଛି ଗ୍ରାମର ଲୋକ ଏବଂ ଯବାନଙ୍କ କ୍ଷତି ପହଞ୍ଚାଇବା ପାଇଁ ନକ୍ସଲମାନେ ଉଦ୍ୟମ କରିଛନ୍ତି। ଆଜି ନକ୍ସଲମାନେ ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପଦ୍ରବ ସୃଷ୍ଟି କରିଛନ୍ତି। କିନ୍ତୁ ସୁରକ୍ଷା କର୍ମୀମାନେ ନକ୍ସଲମାନଙ୍କୁ କଡ଼ାଜବାବ ମଧ୍ୟ ଦେଇଛନ୍ତି। ଭୋର ସକାଳୁ ନକ୍ସଲମାନେ ଭିନ୍ନଭିନ୍ନ ସ୍ଥାନରେ ଉପଦ୍ରବ ସୃଷ୍ଟି କରିଥିଲେ। ଏହାରି ମଧ୍ୟରେ ବିଜାପୁରରେ ସୁରକ୍ଷାବାହିନୀ ଓ ନକ୍ସଲ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସୁରକ୍ଷାକର୍ମୀ ଓ ନକ୍ସଲମାନଙ୍କ ମଧ୍ୟରେ ବିଜାପୁର ଜଙ୍ଗଲରେ ମୁହାଁମୁହିଁ ହୋଇଥିଲା। ମତଦାନ ଅବସରରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ଉଦ୍ଦେଶ୍ୟରେ ସିଆରପିଏଫ୍‌ର ଯବାନମାନେ ବାହାରିଥିଲେ। ଏହାରି ମଧ୍ୟରେ ଯବାନମାନଙ୍କୁ ନକ୍ସଲଙ୍କ ସହିତ ମୁହାଁମୁହିଁ ହେବାକୁ ପଡ଼ିଥିଲା। ଘଞ୍ଚ ଜଙ୍ଗଲ ମଧ୍ୟରେ ପାଖାପାଖି ୫ରୁ ୧୦ ମିନିଟ ଯାଏଁ ଗୁଳିବିନିମୟ ହୋଇଥିଲା।
ପୁଲିସ କହିବା ଅନୁସାରେ ଗୁଳିମାଡ଼ରେ ନକ୍ସଲମାନଙ୍କର ବଡ଼ କ୍ଷତି ହୋଇଛି। ଏନ୍‌କାଉଣ୍ଟର ପରେ ସର୍ଚ୍ଚଅପରେସନ ବେଳେ ନକ୍ସଲଙ୍କ ମୃତଦେହ ସେମାନଙ୍କର ସାଥୀମାନେ ନେଇଯାଇଥିବା ସନ୍ଦେହ କରାଯାଇଛି। କାରଣ ଘଟଣାସ୍ଥଳରେ ରକ୍ତ ଓ ମୃ‌ତଦେହ ଘୋଷାଡ଼ି ନିଆଯାଇଥିବା ଚିହ୍ନ ରହିଛି। ଗୁଳିବିନିମୟ କାରଣରୁ କୌଣସି ଯବାନଙ୍କୁ କ୍ଷୟକ୍ଷତି ପହଞ୍ଚି ନାହିଁ। ସେହିପରି ସୁକମାରେ ମଧ୍ୟ କୋବ୍ରା ଯବାନ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ତାଡମେଟଲା ଓ ଦୁଲ୍ଲେଡ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିଲା। କୋବ୍ରା ୨୦୬ ବାଟାଲିୟନର ଯବାନମାନେ ନକ୍ସଲମାନଙ୍କୁ କଡ଼ା ଜବାବ ଦେଇଥିଲେ। ଏହା ପୂର୍ବରୁ ପଙ୍ଖାଜୁର ଓ ନାରାୟଣପୁରରେ ମଧ୍ୟ ସୁରକ୍ଷାକର୍ମୀ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

Share Now:

Kalinga News Beuro

Next Post

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ

Tue Nov 7 , 2023
ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିବା ଶ୍ରୀ ମହାନ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ମହାନ୍ତିଙ୍କ ବିୟୋଗ ଭୋର ୩.୨୫ରେ ହୋଇଛି ବୋଲି ହସ୍ପିଟାଲର ଲୋକସଂପର୍କ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ସ୍ବର୍ଗତ ମହେଶ୍ବର ମହାନ୍ତି ୧୯୫୬ ମସିହା ଫେବୃଆରୀ ୨୬ ତାରିଖରେ ଜନ୍ମ […]
ମହେଶ୍ବର ମହାନ୍ତିଙ୍କ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial