ଭିଜିଲାନ୍ସ ଜାଲରେ କୁବେର ଟ୍ରାଫିକ ଇନ୍ସପେକ୍ଟର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୁବେର ଟ୍ରାଫିକ ଇନ୍ସପେକ୍ଟର। ତାଳଚେରର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଗାଡିରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ। କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ। ଆଉ ତାଙ୍କ ଗାଡିରୁ ମିଳିଥିବା ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା କେଉଁଠୁ ଆଣିଲେ, ଟଙ୍କା କାହାର, ଟଙ୍କା ନେଇ ସେ କେଉଁଠିକୁ ଯାଉଛନ୍ତି, ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।
ଏହାପରେ ତାଳଚେରରେ ଥିବା ଭଡା ଘର ଓ ଅସ୍ତରଙ୍ଗରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି। ଚଢ଼ାଉ ବେଳେ ତାଳଚେର ସ୍ଥିତ ଭଡା ଘରୁ ନଗଦ ୩ ଲକ୍ଷ ୮ହଜାର ୭୫୦ ଟଙ୍କା ସହ ୩୩୬ ଗ୍ରାମ ସୁନା ଜବତ ହୋଇଛି। ସେହିପରି ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ର କୁମାର ବେହେରାଙ୍କ ବାସଭବନରୁ ନଗଦ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଚଢଉରୁ ନଗଦ ୨୪ ଲକ୍ଷ ୨୪ ହଜାର ଟଙ୍କା ଓ ବିପୁଳ ସୁନା ଅଳଙ୍କାର ଜବତ ହୋଇଛି। ଏବେ ଜିତେନ୍ଦ୍ରଙ୍କ ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି।

Share Now:

Kalinga News Beuro

Next Post

ରାଜଧାନୀରେ ୱାଟକୋ ଯନ୍ତ୍ରଣା : ୧ କିମି ଦୂର ଯିବା ପାଇଁ ବୁଲିବାକୁ ପଡ଼ୁଛି ୯ କିମି

Fri Jan 12 , 2024
ଖଣ୍ଡଗିରି: ଭୁବନେଶ୍ୱରରେ ଯନ୍ତ୍ରଣାର ଅନ୍ୟନାମ ପାଲଟିଛି ୱାଟକୋ। ମହାନଗରର ବିଭିନ୍ନ ସ୍ଥାନରେ ସ୍ୱେରେଜ ପାଇଁ ୱାଟକୋ ପକ୍ଷରୁ ରାସ୍ତା ଖୋଳା ଯାଉଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବ୍ୟବସ୍ଥାର ବିକାଶ ପାଇଁ ସାମାୟିକ ରାସ୍ତା ଖୋଳା ବା ବନ୍ଦରେ କାହାରି ଅଭିଯୋଗ ରହିବା କଥା ନୁହେଁ। କିନ୍ତୁ ଏ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଖୋଳିଦେଇ ୱାଟକୋ ମାସ ମାସ ଧରି ପକାଇ ରଖୁଛି। କେଉଁଠି କାମ ଅଧାରେ ପଡ଼ି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial