ଅମୃତ ଷ୍ଟୋର୍‌ରେ ବିକ୍ରି ହେଉଛି ଏମ୍ସର ମାଗଣା ଇଂଜେକ୍‌ସନ

ଅମୃତ ଷ୍ଟୋର୍‌ରେ ଏମ୍ସର ମାଗଣା ଇଂଜେକ୍‌ସନ ବିକ୍ରି

ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସ ପରିସରସ୍ଥ ଅମୃତ ମେଡିକାଲ୍‌ ଷ୍ଟୋର୍‌ରେ ବିକ୍ରି ହେଉଛି ଏମ୍ସ ପକ୍ଷରୁ ରୋଗୀଙ୍କୁ ମିଳିବାକୁ ଥିବା ମାଗଣା ଇଂଜେକ୍‌ସନ। ଅର୍ଥାତ ରୋଗୀଙ୍କୁ ମାଗଣାରେ ଦେବା ପାଇଁ ଏମ୍ସ ଯେଉଁ ଔଷଧ, ଇଂଜେକ୍‌ସନ କ୍ରୟ କରୁଛି, ତାକୁ କିଏ ଔଷଧ ଦୋକାନୀକୁ ବିକ୍ରି କରି ଦେଉଥିବା ସ୍ପଷ୍ଟ ହୋଇଛି। ରୋଗୀଙ୍କୁ ବିନା ଦେୟରେ ମିଳିବାକୁ ଥିବା ଔଷଧ ଓ ଇଂଜେକ୍‌ସନ୍‌ ବିକି ଦୋକାନୀ ଫାଇଦା ଉଠାଉଥିବା ଅଭିଯୋଗ ହେଉଛି। ଏଥିଯୋଗୁଁ ଏହି ଡାକ୍ତରଖାନାରେ ଅନେକ ସମୟରେ ମାଗଣା ଔଷଧ ପ୍ରଦାନ ବ୍ୟବସ୍ଥା ପ୍ରହସନ ପାଲଟି ଯାଉଛି ବୋଲି କୁହାଯାଉଛି। ଏହାକୁ ନେଇ ଏମ୍ସ ପକ୍ଷରୁ ଖୋଳତାଡ଼ ହେଲେ ପ୍ରକୃତ ଘଟଣା ପ୍ରଘଟ ହୁଅନ୍ତା ବୋଲି ସାଧାରଣରେ ଦାବି ହେଉଛି। ଏମ୍ସରେ ରୋଗୀଙ୍କୁ ମାଗଣାରେ ବିଭିନ୍ନ ପ୍ରକାର ଔଷଧ ଓ ଇଂଜେକ୍‌ସନ ପ୍ରଦାନର ବ୍ୟବସ୍ଥା ରହିଛି। ଏଥିପାଇଁ ଏଠାରେ ବଡ଼ ଫାର୍ମାସି ଷ୍ଟୋର୍‌ ରହିଛି। ଏ ବାବଦରେ ରୋଗୀଙ୍କ ପାଇଁ ଏମ୍ସ ପକ୍ଷରୁ ଅନେକ ଟଙ୍କା ଖର୍ଚ ହୁଏ। ଯେଉଁ ଇଂଜେକ୍‌ସନ ଷ୍ଟକ୍‌ରେ ନଥାଏ, ଡାକ୍ତର ସେସବୁକୁ ରୋଗୀଙ୍କୁ କ୍ରୟ କରିବା ପାଇଁ କୁହନ୍ତି। କିଛି ଦିନ ପୂର୍ବରୁ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ପରିଜନଙ୍କୁ ରୋକ୍ୟୁନିୟମ ଇଂଜେକ୍‌ସନ ସମେତ ବିଭିନ୍ନ ପ୍ରକାର ଔଷଧ କ୍ରୟ ପାଇଁ ପ୍ରେସ୍‌କ୍ରିପ୍‌ସନରେ ଡାକ୍ତର ଲେଖିଦେଲେ। ମାତ୍ର ଫାର୍ମାସି ‌ଷ୍ଟୋର୍‌ରେ ଏହା ଷ୍ଟକ୍‌ ନଥିବା ଦର୍ଶାଇ ତାଙ୍କୁ ଅମୃତ ଷ୍ଟୋର୍‌ରୁ କିଣିବା ପାଇଁ କୁହାଗଲା।
ଆଶ୍ଚର୍ଯ୍ୟର କଥା ରୋକ୍ୟୁନିୟମ ଇଂଜେକ୍‌ସନ ଏମ୍ସ ପକ୍ଷରୁ ମାଗଣାରେ ଦିଆଯାଏ। କିନ୍ତୁ ତାକୁ ଭାଏଲ୍‌ ପ୍ରତି ୭୦୦ ଟଙ୍କା ହିସାବରେ ୫ଟି ଭାଏଲ୍‌କୁ ୩୫୦୦ ଟଙ୍କାରେ ବିକ୍ରୟ କରିଥିଲା ଅମୃତ ମେଡିକାଲ ଷ୍ଟୋର। ଅମୃତ ମେଡିକାଲ ଷ୍ଟୋର କର୍ମଚାରୀଙ୍କୁ ଏ ସଂକ୍ରାନ୍ତରେ ପଚରାଯିବା ପରେ ସେ ସେହି ଷ୍ଟିକରକୁ ବାହାର ଦେବା ପାଇଁ ଏମ୍ସ କର୍ମଚାରୀଙ୍କୁ କହିଥିଲେ। ତେଣୁ ଯେଉଁ ମାଗଣା ଇଂଜେକ୍‌ସନ ଏମ୍ସର ମେଡିସିନି ଷ୍ଟୋର୍‌ରେ ନାହିଁ, ତାହା ଅମୃତ ମେଡିକାଲ ଷ୍ଟୋର୍‌ରେ କେମିତି ପହଞ୍ଚୁଛି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରୋଗୀଙ୍କ ଅଭିଯୋଗ ଅନୁଯାୟୀ, ଏମ୍ସରେ ମାଗଣା ଔଷଧ ପ୍ରଦାନ ବ୍ୟବସ୍ଥା ରହିଥିଲେ ମଧ୍ୟ ଅଧିକାଂଶ ସମୟରେ ରୋଗୀଙ୍କୁ ଔଷଧ ଓ ଇଂଜେକ୍‌ସନ କ୍ରୟ କରିବାକୁ ପଡ଼ିଥାଏ। ଏ ଦିଗରେ ଏମ୍ସ ଅଧୀକ୍ଷକ ଗୁରୁତ୍ବ ଦେବା ଉଚିତ ବୋଲି ମତପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ମା’ ଓ ଝିଅକୁ ଯୌନ ନିର୍ଯାତନା ଓ ବ୍ଲାକମେଲ ଅଭିଯୋଗରେ ବିଜେପି ନେତାଙ୍କ ସହଯୋଗୀ ଗିରଫ

Tue Feb 22 , 2022
ଅନନ୍ତନାଗ: ଯୌନ ଶୋଷଣ ସହ ବ୍ଲାକମେଲ କରୁଥିବା ଅଭିଯୋଗ ଆଧାରରେ ଜମ୍ମୁ-କଶ୍ମୀର ଅନନ୍ତନାଗର ସ୍ଥାନୀୟ ଅଦାଲତ କୋକେରନାଗ ପୁଲିସକୁ ବିଜେପି ନେତା ମହମ୍ମଦ ସିଦ୍ଦିିକ ଖାନ ଏବଂ ସହିଦ ଅହମ୍ମଦ ଭଟ୍ଟଙ୍କ ବିରୋଧରେ ମାମଲା ଆଗତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଜନୈକା ମା-ଝିଅ ଯୋଡି ସେମାନଙ୍କୁ ଯୌନ ନିର୍ଯାାତନା ଦିଆଯିବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ ନେଇ ମାଜିଷ୍ଟ୍ରେଟଙ୍କ ନିକଟକୁ […]
ମା’ ଓ ଝିଅକୁ ଯୌନ ନିର୍ଯାତନା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial