ଜୁଆ ନିଶାରେ ମସ୍‌ଗୁଲ ଧରାକୋଟ ଥାନା ପୋଲିସ: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ଧରାକୋଟ: ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍‌ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍‌ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ ୫ଜଣ କର୍ମଚାରୀ ଖାକି ଓ ସାଦା ପୋଷାକରେ ନଗଦ ଟଙ୍କା ଏବଂ ମୋବାଇଲ ରଖି ଜୁଆ ଖେଳିବା ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଓଡ଼ିଶା ପୋଲିସର ଏଭଳି କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଗୋଟିଏପଟେ ପୋଲିସ ଅପରାଧ ନିୟନ୍ତ୍ରଣ କରିବାକୁ ଯାଇ ଜୁଆଅଡ୍ଡା ଉପରେ ଚଢ଼ାଉ କରୁଥିବା ବେଳେ ନିଜେ ଉକ୍ତ କାର୍ଯ୍ୟରେ ଲିପ୍ତ ରହିବା ବାଡ଼ ଫସଲ ଖାଇବା ଭଳି ଲୋକେ ପ୍ରକାଶ କରୁଛନ୍ତି। ଏ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଜାଣିବା ପରେ ସେ ଅତିରିକ୍ତ ଏସ୍‌ପିଙ୍କୁ ଘଟଣାର ତନଦନ୍ତ କରି ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ବାରାକ୍‌ ମଧ୍ୟରେ କର୍ମଚାରୀମାନେ ଜୁଆନିଶାରେ ମସ୍‌ଗୁଲ ହୋଇ ତାସ୍‌ ଖେଳୁଥିବା ଘଟଣାର ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ରଙ୍ଗ୍‌ରୁଟ୍‌ରେ ଯାଇ ଫସ‌ିଲେ : ଦିନକରେ ୮୦ ବାଇକ୍ ଜବତ

Fri Feb 7 , 2020
ଭୁବନେଶ୍ୱର: ରଙ୍ଗ୍‌ରୁଟ୍‌ରେ ବାଇକ୍‌ ଚଳାଇବା ମହଙ୍ଗା ପଡ଼ିଛି। ଆଜି ଗୋଟିଏ ଦିନରେ ରାଜଧାନୀର ବିଭିନ୍ନ ପ୍ରମୁଖ ଛକରେ ଏଭଳି ରଙ୍ଗ୍‌ରୁଟ୍‌ରେ ବାଇକ୍‌ ଚଳାଇ ୮୦ ଜଣ ଟ୍ରାଫିକ୍‌ ପୁଲିସ ହାବୁଡ଼ରେ ପଡ଼ିଛନ୍ତି। ସେମାନଙ୍କଠାରୁ କମିସନରେଟ୍‌ ପୁଲିସ ଜରିମାନା ଆଦାୟ କରିନାହିଁ। ସିଧାସଳଖ ମାଲିକଙ୍କ ନାଁରେ ମାମଲା ରୁଜୁ କରି ବାଇକ୍‌ଗୁଡ଼ିକୁ ଜବତ କରିବା ସହ କାଗଜପତ୍ର କୋର୍ଟ ପଠାଇ ଦେଇଛି। ମାଲିକମାନେ କୋର୍ଟରେ ହାଜର ହୋଇ ନିଜ ବାଇକ୍‌କୁ ମୁକୁଳାଇବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial