ଟୋଲ୍‌ ଗେଟରେ ସୁଧୁରୁନି ଟ୍ରାଫିକ୍ ସମସ୍ୟା : ୧୨ କିଲୋମିଟର ଯାଏ ୭ ଘଣ୍ଟା ଜାମ

ଟୋଲ୍‌ ଗେଟରେ ସୁଧୁରୁନି ଟ୍ରାଫିକ୍ ସମସ୍ଯା

ସୁନ୍ଦରଗଡ଼ : ରାଜ୍ୟ ରାଜପଥ-୧୦ ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ ମସ୍ନିକାନି ଟୋଲ୍‌ ଗେଟରେ ୨୫ ଦିନ ହେଲା ଭୀଷଣ ଟ୍ରାଫିକ ସମସ୍ୟା ଲାଗି ରହିଛି। କିଲୋମିଟର କିଲୋମିଟର ବ୍ୟାପୀ ଭାରୀଯାନ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବାବେଳେ ସମସ୍ୟା ସୁଧାରିବା ପାଇଁ ନା ଗେଟ୍ କର୍ତ୍ତୃପକ୍ଷ ନା ପୁଲିସ, ପ୍ରଶାସନ, କେହି ବି ଆଗ୍ରହ ପ୍ରକାଶ କରୁନାହାନ୍ତି। ଆଜି ଭୋରରୁ ବଡ଼ ଧରଣର ଟ୍ରାଫିକ୍ ଜାମ୍ ଦେଖାଦେଇଥିଲା। ଟୋଲଗେଟରୁ ସୁନ୍ଦରଗଡ଼ ଆମ୍ବିଆନ୍ସ ହୋଟେଲ ଯାଏ ପ୍ରାୟ ୧୨ କିଲୋମିଟର ୫ ଶହରୁ ଅଧିକ କୋଇଲା ବୋଝେଇ ଭାରୀଯାନ ଓ ଅନ୍ୟ ଯାନବାହାନ ୭ ଘଣ୍ଟା ଅଟକି ରହିଥିଲା। ତାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଟିକସ ଆଦାୟରେ ବିଳମ୍ବ ଓ ମନମାନି ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ କରି ଅସନ୍ତୁଷ୍ଟ ଟ୍ରକ ମାଲିକ ଓ ଚାଳକମାନେ ଟୋଲଗେଟରେ ପାଟିତୁଣ୍ଡ କରିଥିଲେ। କୌଣସି କାରଣରୁ ଗେଟରେ ବହୁ ସମୟ ଧରି ଗାଡ଼ିଗୁଡ଼ିକ ଅଟକି ରହିଲେ ଟିକସ ଆଦାୟ ବିନା ସେଗୁଡିକୁ ତୁରନ୍ତ ଛାଡ଼ିଦେବା ନିୟମ ଅଛି। ତେଣୁ ଟିକସ ଆଦାୟ ବନ୍ଦ କରି ଗାଡିଗୁଡିକୁ ତୁରନ୍ତ ଛାଡ଼ିବାକୁ ମାଲିକମାନେ ଦାବି କରିଥିଲେ। ଭଷ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ପରେ ମଧ୍ୟାହ୍ନ ୧୨ଟାର ରାସ୍ତା ଜାମ୍ ହଟିଥିଲା।
ଟୋଲଗେଟରେ ଅନେକ ସମୟରେ ଲାଗି ରହିଥିବା ଟ୍ରାଫିକ୍‌ ଜାମ୍‌ ସାଧାରଣ ଓ ଜରୁରୀ ଯାତାୟତରେ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଶେଷ କରି ଡାକ୍ତରଖାନା ଓ ଟ୍ରେନ ଯୋଗେ ଦୂର ସ୍ଥାନକୁ ଯିବା ପାଇଁ ଝାରସୁଗୁଡ଼ା ଯାଉଥିବା ‌ ଲୋକେ ଟ୍ରାଫିକରେ ଫସି ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ରହିଛି। ଟୋଲ୍‌ ଗେଟ୍‌ ପରିଚାଳନା କରୁଥିବା ଏଲ୍‌ ଆଣ୍ଡ ଟି କର୍ମଚାରୀ ଟ୍ରାଫିକ ନିୟନ୍ତ୍ରଣ କରିପାରୁ ନଥିବା, ଭାରୀଯାନଗୁଡ଼ିକ କିଲୋମିଟର ବ୍ୟାପି ରାସ୍ତାକୁ କବଜା କରି ରହିଥିଲେ ମଧ୍ୟ ସେଥିପ୍ରତି ବିଶେଷ ଧ୍ୟାନ ନଦେବା ଓ ଟୋଲ ଟ୍ୟାକ୍ସ ଆଦାୟ କରିବାରେ ବିଳମ୍ବ ହେଉଥିବାରୁ ଏହି ସମସ୍ୟା ଦେଖା ଦେଇଥିବା ପ୍ରକାଶ ପାଇଛି। ସ୍ଥିତି ସୁଧାରିବାରେ ଏଲ୍‌ ଆଣ୍ଡ ଟି କର୍ତ୍ତୃପକ୍ଷ ବିଶେଷ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ଜାମରେ ଫସି କୌଣସି ଗୁରୁତର ରୋଗୀର ଜୀବନହାନି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଏ ସମ୍ପର୍କରେ ଟୋଲଗେଟ୍‌ କର୍ତ୍ତୃପକ୍ଷ କହିଛନ୍ତି, ଏଠାରେ ଖୁବ୍‌ ଶୀଘ୍ର ଶତ ପ୍ରତିଶତ ଫାସ୍‌ ଟ୍ୟାଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି, ତେଣୁ ଏଭଳି ସମସ୍ୟା ଆଉ ଦେଖାଦେବ ନାହିଁ। ଆଜି ତାର ପ୍ରସ୍ତୁତି ଚାଲିଥିବାରୁ ଏ ସମସ୍ୟା ଦେଖା ଦେଇଥିଲା, ଶୀଘ୍ର ଏଥିରେ ସୁଧାର ଆସିବ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ସାତଭାୟା ବଗପାଟିଆରେ ‘ଆଦର୍ଶ କଲୋନି’ ପାଇଁ ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Sun Apr 30 , 2023
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନି ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ବାଇଶ କୋଟି ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ। ଗସ୍ତର ଦ୍ଵିତୀୟ ଦିନରେ ୨୮ ତାରିଖ ଦିନ ସେ […]
୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial