‘ଆମ ହସ୍‌ପିଟାଲ‘ ଯୋଜନାରେ ପରିବର୍ତ୍ତନ ହେବ ୧୪୭ଟି ଡାକ୍ତରଖାନା: ସ୍ବାସ୍ଥ୍ୟ ସଚିବ

ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ

୨୦୨୩ ସୁଦ୍ଧା ଶେଷ ହେବ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କାର୍ଯ୍ୟ

ଭୁବନେଶ୍ବର: ‘ଆମ ହସ୍ପିଟାଲ’ ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ରୂପାନ୍ତରିକରଣ କାର୍ଯ୍ୟ କରାଯିବ। ଏଥି ପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ସଚିବ କହିଛନ୍ତି‌ ଯେ, ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ୭ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ ୪ଟି ପାଇଁ ପଦକ୍ଷେପ ନିଆଯାଉଛି। ୪ଟି ମେଡିକାଲ କଲେଜ କଳାହାଣ୍ଡି, ତାଳଚେର, ଯାଜପୁର ଓ କନ୍ଧମାଳରେ ପ୍ରତିଷ୍ଠା କରାଯାଉଛି। ସେହିପରି ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଏବଂ ଭଦ୍ରକରେ ମେଡିକାଲ କଲେଜ ବଦଳରେ ପିପିପି ମୋଡ଼ରେ ସ୍ପେସାଲିଷ୍ଟ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି।
ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଝାରସୁଗୁଡା ଠାରେ ସ୍ଵତନ୍ତ୍ର କ୍ୟାନସର ଓ ହୃଦରୋଗ ହସ୍ପିଟାଲ ପିପିପି ମୋଡ଼ରେ ଆରମ୍ଭ କରାଯିବ। ରାଜ୍ୟରେ ଖାଲି ପଡିଥିବା ଡାକ୍ତରୀ ପଦବିକୁ ନେଇ ପ୍ରଶ୍ନରେ ସ୍ବାସ୍ଥ୍ୟ ସଚିବ କହିଛନ୍ତି, ୩ ହଜାର ଡାକ୍ତର ପଦବି ପାଇଁ ଓପିଏସ୍‌ସି ଅଧୀନରେ ଚୟନ କରାଯାଇଛି। ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ପତ୍ର ଦିଆଯିବ। ଏହା ପରେ ଆଉ ୫ ହଜାର ପଦବି ପାଇଁ ଓପିଏସ୍‌ସି ଅଧୀନରେ ଚୟନ କରାଯାଇ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଛି। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ସମ୍ପ୍ରସାରଣ କରାଯାଉଛି। ରାଜ୍ୟ ବାହାରେ ୫ ଶହ ହସ୍‌ପିଟାଲକୁ ବିଏସ୍‌କେୱାଇରେ ସାମିଲ କରାଯାଇଛି ଏବଂ ପ୍ରତ୍ୟେକ ଦିନ ନୂଆ ନୂଆ ହସ୍ପିଟାଲକୁ ସାମିଲ କରିବାକୁ କାର୍ଯ୍ୟ ଜାରି ରହିଛି। ବିଏସ୍‌କେୱାଇରେ ଏବେ ଯାଏ ରାଜ୍ୟରେ ୯୬.୫ ଲକ୍ଷ ପରିବାରରୁ ୯୭ ପ୍ରତିଶତ ଲୋକେ ଉପକୃତ ହେଉଛନ୍ତି।

Share Now:

Kalinga News Beuro

Next Post

ଡାଇନୋସରଠାରୁ ବି ପୁରାତନ ନୀଳ ରକ୍ତ କଙ୍କଡା : ଏକ ଲିଟର ରକ୍ତର ଦାମ ୧୧ ଲକ୍ଷ ଟଙ୍କା

Tue Feb 14 , 2023
ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାରର ଜୀବ ବାସ କରନ୍ତି। ଦିନେ ସମୟ ଥିଲା ଯେତେବେଳେ ବିଶାଳ ଡାଇନୋସର ପରି ଜୀବମାନେ ମଧ୍ୟ ପୃଥିବୀରେ ବାସ କରୁଥିଲେ। ତେବେ ଅନେକ ଜୀବଜନ୍ତୁ ଅଛନ୍ତି, ଯାହା ଉପରେ ଆମେ ନିର୍ଭରଶୀଳ। ଏହିପରି ଗୋଟିଏ ପ୍ରାଣୀ ହେଉଛି ନୀଳ ରକ୍ତ କଙ୍କଡା। ଦୁନିଆର ଅନେକ ଲୋକ ଜାଣନ୍ତି ନାହିଁ ଯେ ସେମାନଙ୍କର ସ୍ୱାସ୍ଥ୍ୟ ଏହି ନୀଳ କଙ୍କଡ଼ାର ରକ୍ତ ଉପରେ ନିର୍ଭର କରିଥାଏ। ପୃଥିବୀରେ […]
ଡାଇନୋସରଠାରୁ ବି ପୁରାତନ ଜୀବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial