ଦେଶର ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡ଼ା

ଦେଶର ସର୍ବାଧିକ ଉତ୍ତପ୍ତ ସହର-1

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଖୁବ୍ ଅଧିକ ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଉଛି। ଗତ ୨୪ ଘଣ୍ଟାରେ ଦେଶରେ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ଓ ବାରିପଦା ରେକର୍ଡ ହୋଇଛି ବୋଲି ପାଣିପାଗ ଵିଜ୍ଞାନୀ ଉମାଶଙ୍କର ଦାଶ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି। କଟକ, ଭୁବନେଶ୍ୱର, ବାରିପଦା ଭଳି ସହରରେ ହିଟ୍‌ ୱେଭ୍ ସ୍ଥିତି ଜାରି ରହିଛି। କଟକ, ଖୋର୍ଦ୍ଧା ସମେତ ଆଭ୍ୟନ୍ତରୀଣ ଓଡ଼ିଧାର ୧୧ ଜିଲ୍ଲାକୁ ଆଜି ପାଇଁ ହିଟ୍‌ ୱେଭ୍ ୱାର୍ଣ୍ଣିଂ ବଳବତ୍ତର ରହିଛି। ଆସନ୍ତାକାଲି ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ବୌଦ୍ଧ ଓ ସୋନପୁରକୁ ହିଟ୍‌ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ବର୍ତ୍ତମାନ ସ୍ଥିତିରେ ଉପକୂଳ ଅଂଚଳରେ ୪୦ ରୁ ୫୦ ପ୍ରତିଶତ ଆଦ୍ରତା ରହୁଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ୨୦ ରୁ ୩୦ ମଧ୍ୟରେ ରହୁଛି। ଯାହାଫଳରେ ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସହ ରାତି ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେଉନାହିଁ। ରାତି ତାପମାତ୍ରା ସ୍ବଭାବିକଠୁ ଅଧିକ ରେକର୍ଡ ହେଉଛି। ଏବେ ରହୁଥିବା ଗୁରୁଚାପ ବଳୟ ପ୍ରଭାବ ଆସନ୍ତା ଦୁଇ ଦିନ ପରେ ହ୍ରାସ ପାଇବ। ୨୧ ତାରିଖ ପରେ ତାପମାତ୍ରା କମିବା ସମ୍ଭାବନା ରହିଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Share Now:

Kalinga News Beuro

Next Post

ପୁଞ୍ଚରେ ସେନା ଟ୍ରକରେ ଲାଗିଲା ନିଆଁ : ୪ ଯବାନ ସହିଦ

Thu Apr 20 , 2023
ପୁଞ୍ଚ : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ସେନାର ଏକ ଟ୍ରକରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ୪ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି। ଏଥିରେ ଆଉ କିଛି ଯବାନ ପୋଡ଼ି ଯାଇ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ସେନାର ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଦୁର୍ଘଟଣାଟି ରାଜୌରି-ପୁଞ୍ଚ୍ ଜାତୀୟ ରାଜପଥର ତୋତା ଗାଲି ଅଞ୍ଚଳରେ ହୋଇଥିବା ଜଣାଯାଇଛି। ଟ୍ରକରେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ […]
ସେନା ଟ୍ରକରେ ଲାଗିଲା ନିଆଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial