କୁଆଖାଇରେ ପୁଣି ଅଘଟଣ : ଦୁଇ ସାଙ୍ଗ ମୃତ, ଅନ୍ୟ ୨ ଜଣ ନିଖୋଜ

କୁଆଖାଇରେ ପୁଣି ଅଘଟଣ

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ଦେଇ ପ୍ରବାହିତ କୁଆଖାଇ ନଦୀରେ ପୁଣି ଥରେ ଅଘଟଣ ଘଟିଛି। ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବାଳହାର ନିକଟ କୁଆଖାଇରେ ଆଜି ୪ ଜଣ ଯୁବକ ଗାଧେଇଲା ବେଳେ ବୁଡ଼ି ଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ ଜଣ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଛି। ସୂଚନାଯୋଗ୍ୟ, ଗତ ମେ’ ମାସ ୨୭ ତାରିଖରେ ବାଲିଅନ୍ତା ଥାନା ବାଳକାଟୀ ଫାଣ୍ଡି ତଥା ଭୁବନେଶ୍ୱର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀରେ ଅଘଟଣ ଘଟିଥିଲା। ଗାଧୋଇବାକୁ ଆସିଥିବାବେଳେ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକ ମାନେ ଥିଲେ ତମାଣ୍ଡୋ ଅଂଚଳ ସ୍ମୃତି ସୌରଭ ପ୍ରଧାନ ଓ ଅନଗୁଳ ରେଙ୍ଗାଲି ଅଂଚଳର ସତ୍ୟଜିତ ଦାସ। ଅନ୍ୟ ସାଙ୍ଗମାନେ ଭୋଜିଭାତରେ ମସଗୁଲ ଥିବାବେଳେ ସ୍ମୃତି ଓ ସୌରଭ ଗାଧୋଇବାକୁ ନଦୀକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା। ସାଙ୍ଗମାନେ ଏହା ଜାଣିପାରି ବାଲିଅନ୍ତା ପୁଲିସକୁ ଖବର ଦେଇଥିଲେ। ପୁଲିସଠାରୁ ଖବରପାଇ ଅଗ୍ନିଶମ ବିଭାଗ ମୃତଦେହକୁ ଉଦ୍ଧାର ପରେ ଶବ ଦୁଇଟିକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ମେ’ ୧୬ ତାରିଖରେ ବାଲିଅନ୍ତା ଥାନା ନିକଟସ୍ଥ କୁଆଖାଇ ନଦୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ମଞ୍ଚେଶ୍ୱର ଥାନା ଅଧୀନ ପାଣ୍ଡରା ଗ୍ରାମର ଅପର୍ତ୍ତି ମହାରଣା(୮୫)। ଅପର୍ତ୍ତି ମେ’ ୧୫ ତାରିଖ ସନ୍ଧ୍ୟାରେ ବାଲିଅନ୍ତା ସାପ୍ତାହିକ ହାଟରୁ ପରିବା ବ୍ୟାଗ ଧରି ନଈ ଭିତରେ ଚାଲିଚାଲି ଅପରପାର୍ଶ୍ଵରେ ଥିବା ପାଣ୍ଡରା ଗ୍ରାମକୁ ଫେରୁଥିଲେ। ହେଲେ ନଈ ଭିତରେ ଥିବା ପାଣି ଧାରରେ ପଶି ଯିବା ବେଳେ ଭାସି ଯାଇଥିଲେ।

Share Now:

Kalinga News Beuro

Next Post

ପତ୍ନୀଙ୍କୁ ଘରୁ ବାହାର କରିଦେଲେ ଶିକ୍ଷକ ସ୍ୱାମୀ : ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମହିଳା

Tue Jul 11 , 2023
ରାୟଗଡା: ବୈବାହିକ ଜୀବନ ସୁଖରେ ଚାଲିଥିବା ବେଳେ ଜଣେ ମହିଳା ଅଧିକାରିଣୀଙ୍କ ପ୍ରେମରେ ପଡ଼ି ଶିକ୍ଷକ ଜଣକ ନିଜ ପତ୍ନୀଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ତାଙ୍କୁ ଘରୁ ବାହାର କରିଦେଇଛନ୍ତି। ଶିକ୍ଷକଙ୍କ ପତ୍ନୀଙ୍କୁ ରାତି ସାରା ଘରର ମୁଖ୍ୟ ଫାଟକ ବାହାରେ ରହିବାକୁ ପଡ଼ିଛି। ଶିକ୍ଷକ ସ୍ୱାମୀ ଅଥବା ଶାଶୂ ଘର ଲୋକେ ତାଙ୍କର ଉପରେ ଦିଆଯାଉଥିବା ନିର୍ଯାତନାକୁ କର୍ଣ୍ଣପାତ କରିନାହାନ୍ତି। ସୋମବାର ନିର୍ଯାତିତା ପତ୍ନୀ ଥାନାରେ ଏତଲା […]
ପତ୍ନୀଙ୍କୁ ବାହାରେ ରଖି କବାଟ ବନ୍ଦ କରିଦେଲେ ଶିକ୍ଷକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial