ସିଡିଏ ସେକ୍ଟର-୧୩ରେ କେବଳ ଖୁଣ୍ଟ ପଡ଼ିଛି, ଜଳୁନି ଲାଇଟ୍‌ : ଜମି ନେଇ ଲୋକେ ହନ୍ତସନ୍ତ

କେବଳ ଖୁଣ୍ଟ ପଡ଼ିଛି, ଜଳୁନି ଲାଇଟ୍‌

କଟକ: ମର୍କତନଗର (ସିଡିଏ) ୧୩ ନମ୍ବର ସେକ୍ଟରରେ ରହିଛି ସର୍ବାଧିକ ବାସୋପଯୋଗୀ ପ୍ଲଟ। ମାତ୍ର ସିଡିଏ କର୍ତ୍ତୃପକ୍ଷ ଏହି ସେକ୍ଟରର ବିକାଶ ପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି। ପ୍ଲଟ୍ ଆବଣ୍ଟନ‌ର ୧୫ବର୍ଷ ପରେ ବି ଏଠାରେ ମୋଟ ୫ ପ୍ରତିଶତ ଘର ସଂପୂର୍ଣ୍ଣ ‌ହୋଇନାହିଁ। ସିଡିଏ କେବଳ ଜମି ବିକ୍ରି କରି ନିଜର ଦାୟିତ୍ବ ସାରି ଦେଇଥିବା ସ୍ଥାନୀୟ ଲୋକ କହିଛନ୍ତି। ସିଡିଏ କର୍ତ୍ତୃପକ୍ଷ ଜମି ନେଇଥିବା ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଦେବାରେ ଅସମର୍ଥ ରହିଛି। ସମଗ୍ର ସେକ୍ଟରରେ ରାସ୍ତା ନିର୍ମାଣ ସରିଛି। ଏହାର ବ୍ୟବହାର ହେଉ ନଥିବାରୁ ରାସ୍ତା ଉପରକୁ ଝାଟି ମାଡି ଯାଇଛି। ବର୍ଷ ବର୍ଷ ଧରି ଏହାର ସଫା କରାଯାଉନାହିଁ। ସେକ୍ଟରରେ ବିଦ୍ୟୁତ୍ ତାର ଟଣାଯାଇଛି, ମାତ୍ର ବିଜୁଳି ଖୁଣ୍ଟରେ ଷ୍ଟ୍ରିଟ୍ ଲାଇଟ୍‌ ଲାଗି ନାହିଁ। ଫଳରେ ସମଗ୍ର‌ ସେକ୍ଟର ଏବେ ଅନ୍ଧାରରେ ରହିଛି। ଏଠାରେ ଘର ରହୁଥିବା ଲୋକ ନିଜକୁ ଜଂଗଲରେ ରହିଲା ଭଳି ଅନୁଭବ କରୁଥିବା କହିଛନ୍ତି। ନାଗରିକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଏଠାରେ ଶତକଡା ୯୫ ପ୍ରତିଶତ ପ୍ଲଟ୍ ଖାଲି ପଡିଥିଲେ ବି ସିଡିଏ କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷପ ନେଉ ନାହାନ୍ତି। ନୂଆ କରି ଘର ନିର୍ମାଣ କରୁଥିବା ଗୃହକର୍ତ୍ତା ନିଜର ନିର୍ମାଣ ସାମଗ୍ରୀକୁ ସୁରକ୍ଷିତ ରଖି ପାରୁ ନାହାନ୍ତି। ଏତେସଂଖ୍ୟକ ପ୍ଲଟ ଖାଲି ପଡିଥିବାରୁ ଏହି ସେକ୍ଟର ଭବିଷ୍ୟତକୁ ନେଇ ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଯେଉଁମାନେ ଘର କରି ନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତୁରନ୍ତ କିଭଳି ଏହାର ବିକାଶ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

Share Now:

Kalinga News Beuro

Next Post

୨୪ ଘଣ୍ଟାରେ ଭାରତରେ ୧୦,୫୪୯ କୋଭିଡ୍‌-୧୯ ସଂକ୍ରମଣ : ମୃତ୍ୟୁସଂଖ୍ୟା ୪୮୮

Fri Nov 26 , 2021
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ଯଥେଷ୍ଟ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୫୦୦ ପାଖାପାଖି ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୫୪୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୮୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ […]
୨୪ ଘଣ୍ଟାରେ ଭାରତରେ ୧୦,୫୪୯ କୋଭିଡ୍‌-୧୯ ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial