ପତ୍ନୀଙ୍କୁ ଘରୁ ବାହାର କରିଦେଲେ ଶିକ୍ଷକ ସ୍ୱାମୀ : ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମହିଳା

ପତ୍ନୀଙ୍କୁ ବାହାରେ ରଖି କବାଟ ବନ୍ଦ କରିଦେଲେ ଶିକ୍ଷକ

ରାୟଗଡା: ବୈବାହିକ ଜୀବନ ସୁଖରେ ଚାଲିଥିବା ବେଳେ ଜଣେ ମହିଳା ଅଧିକାରିଣୀଙ୍କ ପ୍ରେମରେ ପଡ଼ି ଶିକ୍ଷକ ଜଣକ ନିଜ ପତ୍ନୀଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ତାଙ୍କୁ ଘରୁ ବାହାର କରିଦେଇଛନ୍ତି। ଶିକ୍ଷକଙ୍କ ପତ୍ନୀଙ୍କୁ ରାତି ସାରା ଘରର ମୁଖ୍ୟ ଫାଟକ ବାହାରେ ରହିବାକୁ ପଡ଼ିଛି। ଶିକ୍ଷକ ସ୍ୱାମୀ ଅଥବା ଶାଶୂ ଘର ଲୋକେ ତାଙ୍କର ଉପରେ ଦିଆଯାଉଥିବା ନିର୍ଯାତନାକୁ କର୍ଣ୍ଣପାତ କରିନାହାନ୍ତି। ସୋମବାର ନିର୍ଯାତିତା ପତ୍ନୀ ଥାନାରେ ଏତଲା ଦେବା ପରେ ଶିକ୍ଷକ ସ୍ୱାମୀ ପତ୍ନୀଙ୍କୁ ଘରକୁ ପୁରାଇ ଦେଇନଥିଲେ। ରାତି ତମାମ ପତ୍ନୀ ବାହାରେ ରହିବା ପରେ ସକାଳୁ ଘର ଲୋକଙ୍କୁ ଡାକି ଛାଡ଼ିଥିଲେ ମଧ୍ୟ କେହି ଶୁଣିନଥିଲେ। ଏପରିକି ନିଜ ପୁଅ ଓ ଝିଅ ମଧ୍ୟ ଘରର କବାଟ ଖୋଲିନଥିଲେ। ରାତି ପାହିଲା ପରେ ଘର ବାହାରେ ଥିବା ମହିଳାଙ୍କ ଆଗରେ ସାମ୍ବାଦିକଙ୍କ ଗହଳି ଲାଗିଯାଇଥିଲା। ପ୍ରଥମେ ସାମ୍ବାଦିକମାନେ ପରିବାର ଲୋକଙ୍କୁ ଡାକି ମହିଳାଙ୍କୁ ଘର ଭିତରକୁ ନେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ପରେ ପୁଲିସ ଶିକ୍ଷକଙ୍କ ଘରକୁ ଆସି ଘର ଲୋକଙ୍କୁ ଡାକ ପକାଇଥିଲେ। ଘର ଲୋକ ସବୁ ଶୁଣି ମଧ୍ୟ ଘରର କବାଟ ଖୋଲି ନଥିଲେ। ତେବେ ଏହା ପୂର୍ବରୁ ଶିକ୍ଷକ ଜଣକ ସ୍କୁଲ ଯିବାକୁ ବାହାରି କବାଟ ଖୋଲି ପୁଣି ପରିବାର ଲୋକଙ୍କୁ ତାଙ୍କ ପତ୍ନୀକୁ ଘରକୁ ନପୁରାଇବାକୁ ଧମକ ଦେଇଥିବାରୁ କେହି ଭୟରେ ଖୋଲିନଥିଲେ। ତେବେ ସାମ୍ବାଦିକ ଏବଂ ପୁଲିସର ସହଯୋଗ ପରେ ପରିବାର ଲୋକେ ବାଧ୍ୟ ହୋଇ ଘରର କବାଟ ଖୋଲିଥିଲେ। ମହିଳା ଜଣକ ଘରେ ପଶିଥିଲେ ସତ କି୍ନ୍ତୁ ଘରେ ତାଙ୍କୁ ପୁଣି ନିର୍ଯାତନା ଦିଆଯିବା ନେଇ ହୃଦୟଙ୍ଗମ କରିବା ପରେ ତୁରନ୍ତ ସମାଜସେବୀ ସେନାପତି ଲୀନାଙ୍କ ସହ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।
ଜିଲ୍ଲାପାଳ ନିର୍ଯାତିତା ପତ୍ନୀଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ସହ ତୁରନ୍ତ ଏସପିଙ୍କ ଦେଖା କରିବାକୁ କହିଥିଲେ। ସମାଜସେବୀ ସେନାପତି ଲୀନାଙ୍କ ସହ ମହିଳା ଜଣକ ଏସପିଙ୍କୁ ଭେଟି ସବୁ ଦୁଃଖ ବଖାଣି ଥିଲା। ପରେ ଏସପି ତୁରନ୍ତ ଥାନାକୁ ଯିବାକୁ ପରାମର୍ଶ ଦେବା ସହ ଆଇଆଇସିଙ୍କୁ ସ୍ୱାମୀ ଓ ଶାଶୂଙ୍କୁ ଥାନାକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ପିଇଟି ଶିକ୍ଷକଙ୍କ ଏଭଳି କାରମାନା ହାଟରେ ପଡି ବାଟରେ ଗୋଡୁଥିଲେ ମଧ୍ୟ ସେ ତାଙ୍କର ପ୍ରେମକୁ ଭୁଲିବାକୁ ନାରାଜ ଜଣାପଡୁଥିଲା। ଅନ୍ୟଦିଗରେ ମହିଳା ଅଧିକାରିଣୀ ଜଣକ ଶିକ୍ଷକ ସହ କୌଣସି ସଂପର୍କ ନଥିବା ସଫେଇ ଦେଉଥିବା ଜଣାପଡିଛି। ମହିଳା ଅଦିକାରିଣୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ଗୋଟିଏ ଘରକୁ ଭାଙ୍ଗି ସେ ତାଂକର ଘର ବସାଇବାକୁ ଚାହୁଁଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ପୁଲିସ ନିର୍ଯାତିତା ମହିଳାଙ୍କ ଅଭିଯୋଗକୁ ନେଇ କି କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା। ସୂଚନାଯୋଗ୍ୟ, ବୈବାହିକ ଜୀବନକୁ ଦୀର୍ଘ ୧୭ବର୍ଷ ବିତି ସାରିଥିବାବେଳେ ଜଣେ ସରକାରୀ ବାବୁଆଣୀଙ୍କ ପ୍ରେମରେ ପଡି ନିଜ ପରିବାରର ଖୁସିରେ ନିଆଁ ଲଗେଇବା ସହ ନିଜ ଧର୍ମପତ୍ନୀକୁ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇ ଆସୁଥିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ। ରାୟଗଡା ଥାନାରେ ନିଜ ସ୍ୱାମୀ, ଶାଶୂ ଓ ସରକାରୀ ଅଧିକାରିଣୀଙ୍କ ବିରୁଦ୍ଧରେ ମହିଳା ଜଣକ ଏତଲା ଦେବା ପରେ ଘଟଣା ପଦାକୁ ଆସିଛି। ରାୟଗଡା ଜିଲ୍ଳା ଶିକ୍ଷା ବିଭାଗର କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ନାଏକ ଓ ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ମିତା ବାଉରୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବା କ୍ରୀଡା ଶିକ୍ଷକଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ନାଏକ ଲିଖିତ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ବାଲେଶ୍ଵର ମାଟି ହେଉଛି ସାହିତ୍ୟ, ସଂସ୍କୃତି ଓ ସଂଗ୍ରାମର ମାଟି-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Tue Jul 11 , 2023
ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା ଭୁବନେଶ୍ୱର: ଫକୀରମୋହନ ବିଶ୍ଵବିଦ୍ୟାଳୟ ଖାଲି ଏକ ଶିକ୍ଷାନୁଷ୍ଠାନ ନୁହେଁ, ଏହା ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ ବୋଲି ବିଶ୍ୱବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ସମାରୋହ ଅବସରରେ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫକୀରମୋହନ ବିଶ୍ଵବିଦ୍ୟାଳୟର ରଜତ […]
ଧର୍ମେନ୍ଦ୍ର ପ୍ରଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial