ରାଜଧାନୀରେ ଚାଞ୍ଚଲ୍ୟ: ଏଟିଏମକୁ କାଟି ନେଲେ ଦୁର୍ବୃତ୍ତ

ଏଟିଏମକୁ ଲୁଟି ନେଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ ଥିବା ଏକ ଏସବିଆଇ ଏଟିଏମକୁ କାଟି ନେଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଘଟଣା ରାଜଧାନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶିଶୁପାଳଗଡ଼ର ଇନ୍ଦିରା କଲୋନିରେ ଥିବା ଏସବିଆଇ ଏଟିଏମକୁ କାଟି ନେଇ ଦୁର୍ବୃତ୍ତମାନେ ସେଥିରେ ଥିବା ୧୭ ଲକ୍ଷ ୧୪ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଏଟିଏମର ଓଜନ ପାଖାପାଖି ୩ କ୍ୱିଣ୍ଟାଲ ହେବ। ଲୁଟ୍ ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏଥିରୁ ଜଣାଯାଇଛି ଯେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏଟିଏମକୁ ଟାଣି ଟାଣି ନେଉଛନ୍ତି। ଏହା ପରେ ଏଟିଏମ୍ ଭିତରେ ଥିବା ସିସିଟିଭିକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବାର ସୂଚନା ରହିଛି।

Share Now:

Kalinga News Beuro

Next Post

ଗୋରଖନାଥ ମନ୍ଦିରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ

Tue Apr 5 , 2022
ଗୋରଖପୁର: ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିରର ସୁରକ୍ଷାକର୍ମୀଙ୍କ ଉପରେ ଗତ ରବିବାର ଜଣେ ଯୁବକ ଆକ୍ରମଣ କରିଥିଲା। ରବିବାର ସନ୍ଧ୍ୟାରେ ଗୋରଖନାଥ ମନ୍ଦିରର ଦକ୍ଷିଣ ଗେଟରେ ମୁତୟନ ଥିବା ପୁଲିସକର୍ମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଗିରଫ ଅଭିଯୁକ୍ତ ଆଇଆଇଟି ବମ୍ବେ ଛାତ୍ର ଅହମ୍ମଦ ଆବ୍ବାସ ମୁର୍ତାଜା। ଗିରଫ ପରେ ଅଭିଯୁକ୍ତ ମୁର୍ତାଜା ଇସ୍‌ଲାମିକ୍‌ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ୍) ସଂସ୍ଥାପକ ଜାକିର ନାଇକଙ୍କ ଭିଡିଓ ଦେଖୁଥିଲା ବୋଲି ଜଣାପଡ଼ିଛି। […]
ଜାକିର ନାଇକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial