ମଦ ନିଷିଦ୍ଧ ରାଜ୍ୟ ବିହାରରେ ପୁଣି ବିଷାକ୍ତ ମଦ ମୃତ୍ୟୁ : ମୋତିହାରୀରେ ୮ ମୃତ

ବିହାରରେ ପୁଣି ବିଷାକ୍ତ ମଦ ମୃତ୍ୟୁ

ପାଟନା : ମଦ ନିଷିଦ୍ଧ ଥିବା ରାଜ୍ୟ ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ମାମଲା ଦେଖାଦେଇଛି। ରାଜ୍ୟର ମୋତିହାରୀରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ୨୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ମୋତିହାରୀର ଲକ୍ଷ୍ମୀପୁର, ପାହାଡ଼ପୁର, ହରସିଦ୍ଧିରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୨୫ ଜଣ ଅସୁସ୍ଥ ବ୍ୟକ୍ତି ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିବା ସହିତ ସଂପୃକ୍ତ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯାଇଥିବା କହିଛନ୍ତି।
ଏହା ପୂର୍ବରୁ ମଧ୍ୟ ବିହାରରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା। ନିକଟରେ ବିଷାକ୍ତ ମଦ ପିଇ ମୃତ୍ୟୁକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତୀବ୍ର ଟାର୍ଗେଟ କରିଥିଲା। ଗତବର୍ଷ ସାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କ ମୃତ୍ୟୁ ନେଇ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଦେଇଥିବା ରିପୋର୍ଟକୁ ନେଇ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନଏଚଆରସିର ଏହି ରିପୋର୍ଟରେ ସାରଣ ବିଷାକ୍ତ ମଦ ଦୁର୍ନୀତି ପାଇଁ ପ୍ରଶାସନକୁ ଦାୟୀ କରାଯାଇଥିଲା।

Share Now:

Kalinga News Beuro

Next Post

ହନୁମାନ ଜୟନ୍ତୀ ହିଂସା ମାମଲା : ସମ୍ବଲପୁରରେ ପହଞ୍ଚିଲେ ଡିଜିପି ସୁନୀଲ ବଂଶଲ

Sat Apr 15 , 2023
ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଆଜି ଅପରାହ୍ନ ପ୍ରାୟ ୪ଟାରେ ସମ୍ବଲପୁରରେ ପହଞ୍ଚିଛନ୍ତି। ଡିଜିପି ଶ୍ରୀ ବଂଶଲ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଯାତ୍ରା କରି ସ୍ଥାନୀୟ ଜମାଦାରପାଲୀ ଏୟାରଷ୍ଟିପ୍‌ରୁ ସିଧାସଳଖ ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟକୁ ଯାଇଛନ୍ତି। ତାଙ୍କ ସହିତ ଆଇନଶୃଙ୍ଖଳା […]
ସମ୍ବଲପୁରରେ ଡିଜିପି ସୁନୀଲ ବଂଶଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial