ଆତ୍ମହତ୍ୟା କରିବାକୁ ଯାଇ ବ୍ରିଜରେ ଫସିଗଲେ ଯୁବକ : ଉଦ୍ଧାର କଲେ ଅଗ୍ନିଶମବାହିନୀ

ଭୁବନେଶ୍ୱର: ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଇ ବିଫଳ ହୋଇଥିବା ଜଣାଯାଇଛି। ଆତ୍ମହତ୍ୟା କରିବାକୁ ଯାଇଥିଲେ ମଝି ନଦୀରେ ବ୍ରିଜରେ ଫସିଗଲେ ଯୁବକ। ଦୀର୍ଘ ଘଣ୍ଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ଶେଖ ଜାହାଙ୍ଗୀର ନାମକ ଜଣେ ଯୁବକ ପାରିବାରିକ କଳହ କାରଣରୁ ବାଙ୍କୀ ମହାନଦୀର ଯାତମୁଣ୍ଡିଆ ବ୍ରିଜ୍ ଉପରେ ଆତ୍ମହତ୍ୟା ଉଦ୍ୟମ ପାଇଁ ଆସିଥିଲେ।
ବ୍ରିଜ୍ ଉପରେ ନିଜ ବାଇକ୍ ରଖି ଆତ୍ମହତ୍ୟା ଉଦ୍ୟମ ପାଇଁ ବ୍ରିଜ୍ ପିଲାର ଦେଇ ତଳକୁ ଓହ୍ଲାଇ ଥିଲେ। ହେଲେ ସେଠାରୁ ଆଉ ପାଣିକୁ ଡେଇଁ ନପାରି ପିଲାର ମଝିରେ ଫସି ରହିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଦେଖିବା ପରେ ବାଙ୍କୀ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଡମପଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।

Share Now:

Kalinga News Beuro

Next Post

ରାଜସ୍ଥାନ ଓ ମଧ୍ୟପ୍ରଦେଶ ପାଇଁ ରାଜନାଥ ଏବଂ ମନୋହର ଲାଲ ଖଟ୍ଟରଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

Fri Dec 8 , 2023
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପି ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ରାଜସ୍ଥାନର ପର୍ଯ୍ୟବେକ୍ଷକ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ମଧ୍ୟପ୍ରଦେଶର ପର୍ଯ୍ୟବେକ୍ଷକ […]

ଆହୁରି ପଢ଼ନ୍ତୁ