ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେଲେ କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ

ସିବିଆଇର ନିର୍ଦ୍ଦେଶକ ଡିଜିପି ପ୍ରବୀଣ ସୁଦ

ବେଙ୍ଗାଲୁରୁ: ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେଲେ କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ। ପ୍ରବୀଣ ସୁଦ ୧୯୮୬ ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀ ଥିବା ବେଳେ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଆରମ୍ଭ ହୋଇଥିବା ‌ଦୌଡ଼ରେ ପ୍ରବୀଣ ସୁଦଙ୍କ ନାଁ ଆଗରେ ରହିଥିଲା। ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳର ନେତା ଅଧୀରରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କମିଟି ଦ୍ୱାରା ୩ଜଣ ବରିଷ୍ଠ ‘ଆଇପିଏସ୍‌’ ଅଧିକାରୀଙ୍କୁ ‘ସିବିଆଇ’ର ନିର୍ଦ୍ଦେଶକ ପଦ ପାଇଁ ତାଲିକାଭୁକ୍ତ କରାଯାଇଥିବା ସାମ୍ନାକୁ ଆସିଥିଲା। ବୈଠକ ସମୟରେ, କର୍ଣ୍ଣାଟକ, ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟଗୁଡ଼ିକର ବରିଷ୍ଠ ‘ଆଇପିଏସ୍’ ଅଧିକାରୀମାନଙ୍କ ବିଷୟରେ ଆଲୋଚନା କରାଯାଇଥିଲା। ସେଥିରୁ କର୍ଣ୍ଣାଟକର ‘ଡିଜିପି’ ପ୍ରବୀଣ ସୁଦ୍‌, ମଧ୍ୟପ୍ରଦେଶ ‘ଡିଜିପି’ ସୁଧୀର କୁମାର ସକ୍ସେନା ଓ ଫାୟାର୍‌ ସର୍ଭିସ୍‌, ସିଭିଲ୍‌ ଡିଫେନ୍‌ସ୍‌ ଏବଂ ହୋମ୍‌ ଗାର୍ଡର ‘ଡିଜି’ ତାଜ୍‌ ହସନ୍‌ଙ୍କ ନାଁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇ କ୍ୟାବିନେଟ୍‌ର ନିଯୁକ୍ତି କମିଟିକୁ ପଠାଇ ଦିଆଯାଇଥିଲା। ଏବେ ୩ଜଣକ ମଧ୍ୟରୁ ପ୍ରବୀଣ ସୁଦଙ୍କୁ ଦାୟିତ୍ୱ ଦିଆଯାଇଛି।
ସମ୍ପ୍ରତି ‘ସିବିଆଇ’ର ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୟସୱାଲ୍‌ଙ୍କ ପାଇଁ ନିର୍ଦ୍ଧାରିତ କାର୍ଯ୍ୟକାଳ ଥିଲା ୨ ବର୍ଷ ଏବଂ ତାହା ଆଗାମୀ ମେ ୨୫ ତାରିଖରେ ଶେଷ ହୋଇଯିବ। ଏହା ପରେ ଦାୟିତ୍ୱ ଗ୍ରହଣ କରିବେ ପ୍ରବୀଣ ସୁଦ୍। ସେ ୨ବର୍ଷ ପାଇଁ ଏହି ପଦବୀରେ ରହିବେ।

Share Now:

Kalinga News Beuro

Next Post

ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ବୈଠକ ପାଇଁ ଓଡ଼ିଶାରେ ପହଞ୍ଚିଲେ ବିଦେଶୀ ପ୍ରତିନିଧି

Sun May 14 , 2023
ଭୁବନେଶ୍ୱର: ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶଗ୍ରହଣ କରିବା ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିପୂର୍ବରୁ ମଧ୍ୟପ୍ରଦେଶର ଖଜୁରୋହୋଠାରେ ପ୍ରଥମ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜିତ ହୋଇଥିଲା। ଏହାପରେ ଦୁଇ ମାସ ଧରି ବିଶେଷଜ୍ଞମାନଙ୍କ ଦ୍ୱାରା ବୈଶ୍ୱିକ ବିଷୟବସ୍ତୁ ଉପରେ ଆଧାରିତ ୱେବିନାରରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ଏଥିରୁ ପ୍ରାପ୍ତ ପରିଣାମକୁ ଆଗକୁ ବଢ଼ାଇବା ଉପରେ […]
ଓଡ଼ିଶାରେ ପହଞ୍ଚିଲେ ବିଦେଶୀ ପ୍ରତିନିଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial