ଓଲା କମ୍ପାନି ନାଁରେ ଠକେଇ ଅଭିଯୋଗ : ଥାନାର ଦ୍ୱାରସ୍ଥ ହେଲେ ଗ୍ରାହକ

ଓଲା କମ୍ପାନି ନାଁରେ ଠକେଇ ଅଭିଯୋଗ

ଭୁବନେଶ୍ୱର: ଓଲା କମ୍ପାନି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ପ୍ରଥମେ ଓଲା ସ୍କୁଟରର ବିଜ୍ଞାପନ ଦେଲେ। ତାପରେ ଗ୍ରାହକଙ୍କୁ ଟେଷ୍ଟ ଡ୍ରାଇଭ କରିବା ପାଇଁ କେଶୁରା ଛକକୁ ଗାଡ଼ି ପଠାଇଲେ। ଗ୍ରାହକ ଟେଷ୍ଟ ଡ୍ରାଇଭ ବି ନେଲେ। ଟେଷ୍ଟ ଡ୍ରାଇଭ ପରେ ବୁକିଂ ଆମାଉଣ୍ଟ ବାବଦକୁ୨୩ ହଜାର ୭୦୦ ଟଙ୍କା ଡିପୋଜିଟ ନେଲେ। ଦୁଇ ମାସ ପରେ ଗାଡ଼ି ଡେଲିଭରି ଦେବେ କହି କିସ୍ତି ପରେ କିସ୍ତି ଟଙ୍କା ନେଇ ଚାଲିଲେ। ଗତ ୬ ମାସ ଭିତରେ ୧ ଲକ୍ଷ ୧୬ ହଜାର ଟଙ୍କା ଆକାଉଣ୍ଟରେ ନେଇଗଲେ। ଦିନ ପରେ ଦିନ ଗଡ଼େଇ ଚାଲିଲେ, ଗାଡ଼ି ତ ମିଳିଲାନି, ଗାଡ଼ି ମାଗିବାରୁ ଗ୍ରାହକଙ୍କୁ ଧମକ ଦେଲେ। ଏହାପରେ ଅଭିଯୋଗକାରୀ ରାମଚନ୍ଦ୍ର ସ୍ୱାଇଁ ମହାପାତ୍ର ସହିଦନଗର ଓ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Share Now:

Kalinga News Beuro

Next Post

ବିନା କୋଚିଂରେ ସାରା ଦେଶରେ ୟୁପିଏସସି ଟପର ହେଲେ ଈଶିତା

Tue May 23 , 2023
୨ଥର ପ୍ରିଲିମିନାରୀ ପରୀକ୍ଷା ପାସ୍ କରିନଥିଲେ ନୂଆଦିଲ୍ଲୀ: ଆଜି ସିଭିଲ ସର୍ଭିସ ପରୀକ୍ଷାର ଅନ୍ତିମ ଫଳାଫଳ ପ୍ରକାଶ କରିଛି କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)। ପରୀକ୍ଷାରେ ପୁଣି ଥରେ ଯୁବତୀଙ୍କ କମାଲ ଦେଖିବାକୁ ମିଳିଛି। ଟପ୍-୪ରେ ୪ଜଣ ଯୁବତୀ ଥିବା ବେଳେ ଈଶିତା କି‌ଶୋର ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ତେବେ ସାରା ଭାରତରେ ୧ନମ୍ବର ସ୍ଥାନରେ ଥିବା ଈଶିତା କୌଣସି କୋଚିଂ ନନେଇ ଏହି ସଫଳତା […]
ବିନା କୋଚିଂରେ ଟପର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial