ବ୍ରହ୍ମପୁର: ପୁଲିସର ଚଢ଼ାଉବେଳେ ବୋମା ମାଡ଼ କଲେ ଦୁବୃର୍ତ୍ତ। ବ୍ରହ୍ମପୁରରେ ଆଜି ଏଭଳି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଏହି ଘଟଣା ଘଟିଛି। ଆଜି ଏକ ଘରେ କିଛି ଦୁବୃର୍ତ୍ତ ଲୁଚିଥିବା ଖବର ପାଇ ପୁଲିସ ଚଢାଉବେଳେ ପୁଲିସ ଉପରକୁ ଘର ଉପରୁ ଅପରାଧୀମାନେ ବୋମାମାଡ କରିଥିଲେ।
ଗତକାଲି ଲକ୍ଷ୍ମୀ ନୃସିଂହ ସାହି ୧୨ନମ୍ବର ଲାଇନରେ ଜଣେ ଲୋକଙ୍କ ଘର ଉପରକୁ ବୋମାମାଡ ହୋଇଥିଲା। ସେହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଖୋଜୁଥିଲା। ସେହି ଅଭିଯୁକ୍ତମାନେ ଶ୍ରୀକ୍ଷେତ୍ର ବିହାରର ଏକ ଘରେ ଥିବା ସୂଚନା ପାଇ ପୁଲିସ ଚଢାଉ କରିଥିଲା। ଆଉ ଅପରାଧୀମାନେ ବୋମାମାଡ କରିଥିଲେ। ବର୍ତ୍ତମାନ ବ୍ରହ୍ମପୁର ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି।
Share Now: