ଗୋଳାବାରୁଦ କାରଖାନାରେ ଅଗ୍ନିକାଣ୍ଡ

ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାରେ ପୁଣି ଅଗ୍ନିକାଣ୍ଡ ଦେଖାଯାଇଛି। କାରଖାନାର ୟୁନିଟ-୧୨ସ୍ଥିତ ମାଗଜିନ କୋଠାରେ ବିସ୍ଫୋରଣ ହୋଇଛି। ଖୁସିର କଥା ଯେ, ରିପୋର୍ଟ ଲେଖାଯିବା ବେଳକୁ ‌ମୃତାହତ ଖବର ନାହିଁ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟା ୩୦ରେ କାରଖାନାର ୟୁନିଟ-୧୨ସ୍ଥିତ ମାଗଜିନ କୋଠାରେ ଅଗ୍ନିକାଣ୍ଡ ହୋଇଥିଲା। ସୂଚନା ମିଳିବା ପରେ ଗୋଲାବାରୁଦ କାରଖାନା ପରିସରରେ ଥିବା ଦମକଳବାହିନୀର କର୍ମଚାରୀମାନେ ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ। କାରଖାନାର ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନାହିଁ। ତେବେ ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ ଜଣାପଡ଼ିନାହିଁ। ସୁରକ୍ଷା ବିଭାଗ କର୍ମକର୍ତ୍ତା ମୁଖ୍ୟ ମହାପ୍ରବନ୍ଧକ ପ୍ରଦୀପ ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଗୋଲାବାରୁଦ କାରଖାନାରେ କିଛି ବର୍ଷ ପୂର୍ବରୁ ଅଗ୍ନିକାଣ୍ଡ ହୋଇଥିଲା।

Share Now:

Kalinga News Beuro

Next Post

କାରରେ ଯାଉଥିବାବେଳେ ଆଇଏନଡି ରାଜ୍ୟ ସଭାପତିଙ୍କୁ ଗୁଳିମାଡ

Sun Feb 25 , 2024
ଚଣ୍ଡୀଗଡ଼: ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ବା ଆଇଏନଏଲଡି ରାଜ୍ୟ ସଭାପତି ତଥା ବାହାଦୂରଗଡର ପୂର୍ବତନ ବିଧାୟକ ନାଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଜି ଅପରାହ୍ନରେ କାରରେ ଯାଉଥିବାବେଳେ ନାଫେ ସିଂ ରାଠୀଙ୍କୁ କିଛି ଆକ୍ରମଣକାରୀ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ଗାଡିରେ ଯାତ୍ରା କରୁଥିବା ରାଠୀଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial