ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ : ଧରାପଡ଼ିଲା କଲ୍‌ କରିଥିବା ବ୍ୟକ୍ତି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ ମିଳିଛି। ଗତକାଲି ରାତି ପ୍ରାୟ ୧୨.୦୫ ସମୟରେ କେଜ୍ରିୱାଲ୍‌ଙ୍କ ନିକଟରୁ ଏକ ପିସିଆର୍‌ କଲ୍‌ ଆସିଥିଲା। ଏହି କଲ୍‌ ମାଧ୍ୟମରେ ତା‌ଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ରହିଛି। ଖବର ପାଇବା ପରେ ଦିଲ୍ଲୀ ପୁଲିସ୍‌ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ତଦନ୍ତ କରି ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଧରିବାରେ ସମର୍ଥ ହୋଇଛି। ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ କଲ୍‌ କରିଥିବା ବ୍ୟକ୍ତି ଜଣକ ଜଣେ ମାନସିକ ବିକୃତ ଥିବା ଲୋକ। ତାଙ୍କ ବୟସ ୩୮ ବର୍ଷ। ଅଭିଯୁକ୍ତ ଏବେ ଦିଲ୍ଲୀର ଗୁଲାବି ବାଗ୍‌ରେ ଚିକିତ୍ସାଧୀନ ରହିଛି। ଏହି କାରଣରୁ ପୁଲିସ୍‌ ତାକୁ ଧରିବା ପରେ ବି ଗିରଫ କରିନାହିଁ।

Share Now:

Kalinga News Beuro

Next Post

ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ : ୨ ଆହତ

Tue Jan 31 , 2023
କଟକ: କଟକ ସବ ରେଜିଷ୍ଟ୍ରର ଅଫିସରେ ନିଆଁ ଲାଗିଥିବାର ଖବର ମିଳିଛି। ଏହି ଘଟଣାରେ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ୩ଟି ଦମକଳ ବାହିନୀ ପହଞ୍ଚିଛନ୍ତି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହାର କାରଣ ଅସ୍ପଷ୍ଟ ରହିଛି। ତିନି ଦମକଳ ବାହିନୀ ନିଆଁ ଲିଭାଇବାରେ […]
ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial