ଠକ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ

ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ଠକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ମିଳିଲା ଜାମିନ। ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପ୍ରଦୀପଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ ପୂର୍ବରୁ ୫ଟିରେ ତାଙ୍କୁ ଜାମିନ ମିଳି ସାରିଥିଲା। ଆଜି ଷଷ୍ଠ ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଆକାଶ ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଡିସେମ୍ବର ୪ରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା। ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଥିଲା। ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା। ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପାସେଞ୍ଜର କାର ଡିଭିଜନର ଇନ୍‌ଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ବୋଲି ଦର୍ଶାଇ ଲୋକଙ୍କୁ ଚାକିରି କରାଇଦେବାର ମିଥ୍ୟା ପ୍ରତିଶୃତି ଦେଉଥିଲେ ଓ ପ୍ରଦୀପ ତାଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅପରାଧରେ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଦର୍ଶାଇଥିଲା।

Share Now:

Kalinga News Beuro

Next Post

ବାପାର ବିଭତ୍ସ କାଣ୍ଡ: ଚାରି ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ,ଜଣେ ଝିଅର ମୃତ୍ୟୁ

Sat Jun 12 , 2021
ଗଡ଼ପୋଷ: ବାପାର ବିଭତ୍ସ କାଣ୍ଡ। ଚାରି ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ। ଗୋଟିଏ ଝିଅ ମୃତ। ତିନି ଝିଅ ଓ ସ୍ତ୍ରୀ ଗୁରୁତର। ଅଭିଯୁକ୍ତ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର ମିଳିଛି। ସମସ୍ତେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଯୌତୁକ ବାହାଲ ଗ୍ରାମରେ ୪ ଝିଅଙ୍କୁ ତଣ୍ଟି କାଟି […]
ଚାରି ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial