ଜମି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହେଲେ ଯୁବକ

କମିସନରେଟ ପୁଲିସର ଦାଦାବଟିକୁ ନା

ଭୁବ‌ନେଶ୍ବର: ଦାଦା ବଟି ନ ଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଜଣେ ଯୁବକ ଗିରଫ ହୋଇଥିବା ଜଣାଯାଇଛି। ଗିରଫ ଯୁବକଙ୍କ ନାଁ ଗୋପାଳ ବେହେରା ତାଙ୍କ ଘର ଓଗାଳପଡାରେ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଓଗାଳପଡାରେ ଜମି କିଣି ଘର କରୁଥିବା ଜଣେ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ବଟି ମାଗିଥିଲା ଅଭିଯୁକ୍ତ। ସେ ଏହି ଅଞ୍ଚଳରେ ଘର କରିବାକୁ ହେଲେ ପ୍ରଥମେ ଲୋକାଲ ଟ୍ୟାକ୍ସ କହି ଟଙ୍କା ମାଗୁଥିଲା। ଦାଦାବଟି ନ ଦେବାରୁ ଜମି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ଗୋପାଳ ବେହେରା। ଅଭିଯୁକ୍ତକୁ ଗିରଫ କରିଛି ଇନ୍ଫୋଭ୍ୟାଲି ଥାନା ପୁଲିସ। ଅଭିଯୁକ୍ତ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି।

Share Now:

Kalinga News Beuro

Next Post

ବଲାଙ୍ଗୀରରୁ ୩୫ ଲକ୍ଷ ଟଙ୍କାର କଫ୍ ସିରପ ଜବତ : ୩୩ଜଣ ଗିରଫ

Mon Mar 13 , 2023
ବଲାଙ୍ଗୀର: ବଲାଙ୍ଗୀର ସହରରୁ ୩୫ ଲକ୍ଷ ଟଙ୍କା ମୂଲ୍ୟର କଫ୍ ସିରପ ଜବତ କରିଛି ପୁଲିସ। ଏହାସହ ୩ଟି ଦାମୀ ଗାଡ଼ି ବି ଜବତ କରାଯାଇଛି। ଖାଲି ସେତିକି ନୁହେଁ, ଏହି ମାମଲାରେ ରାଜ୍ୟର ବରଗଡ଼, କଟକ, ବଲାଙ୍ଗୀର ଜିଲ୍ଲା ସମତେ ରାଜ୍ୟ ବାହାରୁ ୩୩ଜଣଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ଅନୈତିକ ଉପାୟରେ ଏସକଫ୍ କଫ୍ ସିରପ ରାକେଟ ଚଳାଉଥିଲେ। ବଲାଙ୍ଗୀର ଟାଉନ ଥାନା ପୁଲିସ ପକ୍ଷରୁ ଏକ […]
୩୫ ଲକ୍ଷ ଟଙ୍କାର କଫ୍ ସିରପ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial