୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ : ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋ ଗିରଫ

୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ଭୁବନେଶ୍ୱର: ୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋଙ୍କୁ ଗିରଫ କରାଯାଇଛି। ପୂର୍ବତନ ଆଇଏଏସ୍ ଅଧିକାରୀ ସ୍ୱର୍ଗତ ଲିଭନସ କିଣ୍ଡୋଙ୍କ ପୁଅ ଦୀପକ କିଣ୍ଡୋଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଲୁଲୁଡ଼ିହାରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି। ଦୀପକ କିଣ୍ଡୋ ଦୀର୍ଘ ଦିନ ଧରି ଫେରାର ଥିବା କୁହାଯାଉଥିଲା। ତାଙ୍କ ନାଁରେ ଲୁକ ଆଉଟ ସର୍କୁଲାର୍ ଜାରି କରାଯାଇଥିଲା। ପୂର୍ବରୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦୀପକଙ୍କ ପତ୍ନୀ ଅମୃତା କୁମାରୀଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସୁଦ୍ଧା ଜଣାପଡିଛି ଏହା ୩୮୯ କୋଟିର ସ୍କାମ। ହେଲେ ଏଯାଏଁ ୧୦୯ କୋଟି ଟଙ୍କାର ରେଜିଷ୍ଟ୍ରେସନ ହୋଇଥିବା ଜଣାଯାଇଛି।
ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ ଲିଖିତ ଆଧାରରେ ଉପରୋକ୍ତ ମାମଲା ଉକ୍ତ ମାମଲା ପଞ୍ଜିକୃତ ହୋଇଛି। ଜାଲି କାଗଜପତ୍ର ଦେଇ ଉକ୍ତ କଂପାନିଠାରୁ ୫ କୋଟି ଟଙ୍କା ଋଣ ନେବା ପରେ ସେହି ଟଙ୍କା ଫେରାଉ ନଥିଲେ ଦୀପକ ବୋଲି ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଅଭିଯୋଗ ହୋଇଥିଲା। ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ସମାନ ଢଙ୍ଗରେ ସିଡବି ଓ ଡିସିବି ଭଳି ବ୍ୟାଙ୍କରୁ ୧୦୯ କୋଟିରୁ ଅଧିକ ଟଙ୍କା ନେଇ ଦୀପକ କିଣ୍ଡୋ ଆଉ ଫେରାଇ ନେଇ ନଥିଲେ ବୋଲି ଜଣାଯାଇଛି।

Share Now:

Kalinga News Beuro

Next Post

ଗୋଆ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ : ଟିଭି ଅଭିନେତ୍ରୀଙ୍କ ସମେତ ୩ ମହିଳା ଉଦ୍ଧାର,୧ ଗିରଫ

Fri Mar 18 , 2022
ପାନାଜୀ: ଗୋଆର ପାନାଜୀ ନିକଟସ୍ଥ ସାନଗୋଲ୍‌ଡା ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ରାକେଟ ତଥା ବେଶ୍ୟା ଆଡ୍ଡା ଉପରେ ଗୋଆ କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ଶୁକ୍ରବାର ଚଢ଼ାଉ କରି ଏହାର ପର୍ଦ୍ଦାଫାଶ କରିଛି। ଏହି ଚଢ଼ାଉ କାଳରେ କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ଏହି ରାକେଟକୁ ଚଳାଇଥିବା ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ, ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ଏହି ଚଢ଼ାଉ କାଳରେ କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ବେଶ୍ୟା ଆଡ୍ଡାରୁ […]
ଗୋଆ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial