ପୁଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ : ଦୁଇ ଜଣ ଗିରଫ

ଧଳାଜହର

୫୫୦ ଗ୍ରାମର ଧଳାଜହର ସହ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ

ଭୁବନେଶ୍ବର: ପୁଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମର ଧଳାଜହର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା। ସବୁଠୁ ବଡ କଥା ହେଲା, ବ୍ରାଉନ ସୁଗାର ଜବତ ସହ ପାଖାପାଖି ୩୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ କମିସନରେଟ ପୁଲିସ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜଣେ ମହିଳା ଓ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ତେବେ ପୁୁଲିସର ଚଢାଉ କରିବା କ୍ଷଣି ବହୁ ପରିମାଣର ବ୍ରାଉନସୁଗାର ନଷ୍ଟ କରାଯାଇଥିବା କହିଛନ୍ତି ପୁୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଜବତ ବ୍ରାଉନସୁଗାରର ଜଳେଶ୍ୱର ଲିଙ୍କ୍ ରହିଛି। ଗିରଫ ହୋଇଥିବା ଯୁବକଙ୍କ ଜଳେଶ୍ୱର ଲିଙ୍କ୍ ରହିଥିବା କହିଛନ୍ତି ପୁଲିସ କମିଶନର। ସବୁଠୁ ବଡ କଥା ହେଲା, କଟକ ଓ ଭୁବନେଶ୍ୱରରୁ ଗତ ୪ ମାସ ମଧ୍ୟରେ ୫ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଛି। ତେବେ ଏତେ ପରିମାଣରର ବ୍ରାଉନସୁଗାର ଓ ଟଙ୍କା ଜବତ ପୁଲିସ ବିଭାଗକୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଛି। ତେବେ ଭୁବନେଶ୍ୱର ଓ କଟକକୁ ବ୍ରାଉନସୁଗାର ମୁକ୍ତ କରିବାକୁ ପୁଲିସ ପକ୍ଷରୁ ଏଭଳି ଅଚାନକ ଚଢାଉ କରାଯିବ ବୋଲି କହିଛନ୍ତି ପୁଲିସ କମିସନର।

Share Now:

Kalinga News Beuro

Next Post

ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

Wed Jul 14 , 2021
ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ତାହାର ଦିନକ ପୂର୍ବରୁ ଅର୍ଥାତ ୧୮ ତାରିଖ ରବିବାର ଦିନ ସରକାର ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକ ପାଇଁ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ସଂସଦର ଅଧିବେଶନକୁ କିପରି ସୁରୁଖୁରୁରେ […]
ସଂସଦର ମୌସୁମୀ ଅଧିବେଶନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial