ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲାରେ ନୂଆ ମୋଡ଼: ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବିଦ୍ୟାଶ୍ରୀ

ଆବେଦନ ପ୍ରତ୍ୟାହାର କଲେ ବିଦ୍ୟାଶ୍ରୀ

କଟକ : ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ପ୍ରସଂଗ ନେଇ ହାଇକୋର୍ଟରେ ଦାୟର ମାମଲାକୁ ପତ୍ନୀ ବିଦ୍ୟାଶ୍ରୀ ପ୍ରତ୍ୟାହାର କରିଛନ୍ତି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଦିତ୍ୟଙ୍କ ମା ପଦ୍ମାଳୟା ଦାସ, ବାପା ନନ୍ଦିକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ମିଳିତ ଭାବେ ଦାୟର ଆବେଦନର ଶୁଣାଣି ସମୟରେ ଆବେଦନକାରୀ ନମ୍ବର-୩ ବିଦ୍ୟାଶ୍ରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସେ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ବିଦ୍ୟାଶ୍ରୀଙ୍କ ପକ୍ଷରୁ ଏକ ଉତ୍କୃଷ୍ଟ ଓ ପୃଥକ ଆବେଦନ ଦାଖଲ କରାଯିବ ବୋଲି ତାଙ୍କ ଆଇନଜୀବୀ କହିଥିଲେ। ଖଣ୍ଡପୀଠ ଏଥିପାଇଁ ଅନୁମତି ଦେଇଥିଲେ। ଏଥି ସହିତ ବିଦ୍ୟାଶ୍ରୀଙ୍କ ସଂକ୍ରାନ୍ତୀୟ ମାମଲାର ଶୁଣାଣିରେ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଥିଲେ।
ଆଦିତ୍ୟଙ୍କ ମା ପଦ୍ମାଳୟା ଦାସ ଓ ବାପା ନନ୍ଦକିଶୋର ଦାସଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୪ରେ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପିପୁଲ ଫର୍‌ ସେବା ଅନୁଷ୍ଠାନର ଏମ୍‌. ବେହେରାଙ୍କ ପକ୍ଷରୁ ମଧ୍ୟ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ଦାୟର ପୃଥକ ମାମଲାର ଅଗଷ୍ଟ ୨୪କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଦୁଇ ମାମଲାର ଏକତ୍ର ଶୁଣାଣି ଚାଲିଛି। ଆଦିତ୍ୟଙ୍କ ମା-ବାପାଙ୍କ ତରଫରୁ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ଏମ.ବେହେରାଙ୍କ ତରଫରୁ ଆଇନଜୀବୀ ନିହାର ରଂଜନ ଓଝା ମାମଲା ପରିଚାଳନା କରୁଛନ୍ତି।

Share Now:

Kalinga News Beuro

Next Post

ନିଶା‌ ‌ବେପାରୀଙ୍କ ଅଭୟାରଣ୍ୟ ଭୁବନେଶ୍ୱର : ବସ୍ତି ବସ୍ତିରେ ବ୍ରାଉନସୁଗାର

Sat Aug 14 , 2021
ଭୁବନେଶ୍ବର : ବାଲେଶ୍ବର ବ୍ରାଉନସୁଗାର ବେପାରୀଙ୍କ ପେଣ୍ଠସ୍ଥଳୀ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବର କିନ୍ତୁ ପାଲଟି ଯାଇଛି ନିଶା ସେବନକାରୀଙ୍କ ସହର। ଅଧା ରାଜଧାନୀକୁ କବ୍‌ଜା କରି ସାରିଲେଣି ନିଶା ବେପାରୀ। ବ୍ରାଉନସୁଗାର କାରବାର ଆଉ ହଳଦୀପଡ଼ିଆ, ସାଲିଆସାହି କିମ୍ବା ମାଳିସାହି ବସ୍ତିରେ ସୀମିତ ନାହିଁ। ରାଜଧାନୀର ବିଭିନ୍ନ ବସ୍ତିକୁ ଏହାର ଚେର ମାଡ଼ି ଗଲାଣି। ବିଭିନ୍ନ ବସ୍ତିରେ ବେଧଡ଼କ ଚାଲିଛି ଧଳାଜହର କା‌ରବାର। ଗତ କେତେଦିନ ମଧ୍ୟରେ କ୍ରମାଗତ […]
ବସ୍ତି ବସ୍ତିରେ ବ୍ରାଉନସୁଗାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial