୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଳକ ଓ ଖଲାସୀ ଫେରାର

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅଞ୍ଚଳରୁ ଚୋରାଚାଲାଣ ବେଳେ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବୋଲେରୋରୁ ୪୮୦ କିଲୋଗ୍ରାମ ୮୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି| ଉକ୍ତ ବୋଲେରୋ ଏବଂ ନମ୍ବର ପ୍ଲେଟ୍ ନଥିବା ଗୋଟିଏ ପିକ୍ ଅପ୍ ଭ୍ୟାନ୍ ବି ଜବତ ହୋଇଛି। ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ମାଛକୁଣ୍ଡ ଥାନା ଅନ୍ତର୍ଗତ ଲମତାପୁଟ ଫାଣ୍ଡିର ଚାଙ୍ଗଡିପଡା ଛକରେ ଏକ ବୋଲେରୋ ଉପରେ ଚଢଉ କରିଥିଲା। ସେଥିରେ ଥିବା ୪୮୦ କିଲୋଗ୍ରାମ ୮୦୦ଗ୍ରାମ ଗଞ୍ଜେଇ ଜବତ କରିଥିଲା।ଏହାଛଡ଼ା ଉକ୍ତ ବୋଲେରୋ ଏବଂ ନମ୍ବର ପ୍ଲେଟ୍ ନଥିବା ଗୋଟିଏ ପିକ୍ ଅପ୍ ଭ୍ୟାନ୍ ବି ଜବତ କରିଥିଲା। ତେବେ ଅନ୍ଧକାର ଏବଂ ବୁଦା ଜଙ୍ଗଲର ସୁଯୋଗ ନେଇ ଗାଡ଼ିଗୁଡ଼ିକୁ ରାସ୍ତାରେ ଛାଡି ଘଟଣାସ୍ଥଳରୁ ଚାଳକ ଓ ଖଲାସୀ ଖସି ପଳାଇବାରେ ସଫଳ ହୋଇଥିଲେ। ଏନେଇ ପୁଲିସ୍ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି।

Share Now:

Kalinga News Beuro

Next Post

ଜେଲ୍‌ ଅନ୍ଧାରରେ ଆକାଶ ରାତି ଅନିଦ୍ରା: ମନେ ପଡ଼ିଲା ବାହାଘର କଥା

Sat Dec 12 , 2020
ଭୁବନେଶ୍ୱର : ଡିସେମ୍ବର ୧୧ ତାରିଖ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ହାତ ଧରିଥାନ୍ତେ ଆକାଶ ପାଠକ। ଧୁମ୍‌ଧାମ୍‌ରେ ହୋଇଥା’ନ୍ତା ବାହାଘର। କାର୍ଡ ଛପା ସରିଥିଲା। ହାତଗଣତି ବଛା ବଛା ଦାମୀ ଅତିଥିମାନଙ୍କ ଗହଣରେ ଆକାଶ ବରବେଶରେ ସଜେଇ ହୋଇଥାଆନ୍ତେ। ରାଜସ୍ଥାନ ଉଦୟପୁରର ତାଜ୍ ଲେକ୍ ପ୍ୟାଲେସ୍‌ ବୁକ୍‌ ହୋଇସାରିଥିଲା। କୋଟି କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ ହୋଇ ସାରିଥିଲା। ଝଲମଲ ରଙ୍ଗିନ୍‌ ଆଲୁଅରେ ବରକନ୍ୟା ଝଲସୁଥାନ୍ତେ। କିନ୍ତୁ ବିଧିର […]
ଜେଲ୍‌ ଅନ୍ଧାରରେ ଆକାଶ ରାତି ଅନିଦ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial