ଏନକାଉଣ୍ଟରରେ ମୃତ ନକ୍ସଲଙ୍କ ଶବ : ମାଓ ସାମଗ୍ରୀ ଦେଖାଇଲା ପୁଲିସ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର କୋରଚେଲି, ଲେଣ୍ଡ୍ରା ଜଙ୍ଗଲରେ ମାଓବାଦୀଙ୍କ ଗଙ୍ଗାଲୁର ଏରିଆ ମାଓ ସଂଗଠନ ଏବଂ ଯବାନଙ୍କ ମଧ୍ୟର ଗୁଳିବିନିମୟ ହୋଇଥିଲା। ଗତ ମଙ୍ଗଳବାର ଦିନ ଘଟିଥିବା ଏହି ଗୁଳିବିନିମୟରେ ୧୩ଜଣ ମାଓବାଦୀ ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ସମସ୍ତ ମୃତ ମାଓବାଦୀଙ୍କ ପାଖରୁ ବହୁ ମାଓ ସାମଗ୍ରୀ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ଯବାନ।
ତେବେ ମୃତ ମାଓବାଦୀଙ୍କ ମଧ୍ୟରୁ ୫ ଜଣ ମାଓବାଦୀ ଚିହ୍ନଟ କରାଯାଇଥିଲା, ଯେଉଁଥିରେ ମାଓବାଦୀଙ୍କ କମ୍ପାନି ନମ୍ବର ୨ର ଏସିଏମ ପଦବିରେ ଥିବା ସୁଖାରାମ ହେମଲା, ହୁଙ୍ଗା ପରସି, ହୁଙ୍ଗା କୁଞ୍ଜମ, ଡିଭିସିଏମ ଜିତୁରଙ୍କ ସ୍ତ୍ରୀ ସହିତ ଦୁଲା ସୋନୁ ରହିଛନ୍ତି। ସମସ୍ତ ମୃତ ମାଓବାଦୀ ଏହି ଅଞ୍ଚଳର ଦୁର୍ଦାନ୍ତ ମାଓବାଦୀ ବୋଲି ଏରିଆରେ ଦବଦବା ଥିଲା। ବାକି ୮ ମାଓବାଦୀଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ପକ୍ଷରୁ ସମସ୍ତଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଠା ଜାରି ରଖିଥିବା କୁହାଯାଇଛି। ପ୍ରକାଶ ଥାଉକି ଗତ ୩ ଏପ୍ରିଲ ୨୦୨୧ ମସିହାରେ ମାଓ ହିଂସା କାଣ୍ଡରେ ୨୨ ଜଣ ଯବାନକୁ ଜୀବନ ଦେବାକୁ ପଡ଼ିଥିଲା। ଯେଉଁଥିରେ ମାଓବାଦୀମାନେ ରକ୍ତର ହୋଲି ଖେଳିଥିଲେ। ଏହି ଘଟଣାରେ ଆଜିକୁ ୩ବର୍ଷ ବିତିଗଲେ ମଧ୍ୟ ଯବାନଙ୍କ ପକ୍ଷରୁ ଆଜି ତା’ର ପ୍ରତିଶୋଧ ନିଆଯାଇଛି ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ବୁନୁଙ୍କ ଶକ୍ତି ପ୍ରଦର୍ଶନ ବାଇଁଆଙ୍କ ସମାବେଶ

Thu Apr 4 , 2024
ଭୁବନେଶ୍ୱର : ଆଜି ବିଜେଡି ଆଉ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏଥିରେ ଭୁବନେଶ୍ୱର ମଧ୍ୟ ଆସନ ନାହିଁ। ବଡ଼କଥା ହେଉଛି ଭୁବନେଶ୍ୱର ଏକାମ୍ର ଓ ଉତ୍ତର ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା‌ ବେଳେ ମଧ୍ୟ ଝୁଲି ରହିଛି। ଉଭୟ ଏକାମ୍ର ଓ ଉତ୍ତରରେ ପ୍ରାର୍ଥୀ ଅପରିବର୍ତ୍ତିତ ରହିଥିବାରୁ ମଧ୍ୟରେ ମଧ୍ୟ ଅପରିବର୍ତ୍ତିତ ରହିବା ଆଶାରେ ଅନନ୍ତ ନାରାୟଣ ଜେନା(ବୁନୁ) ଉଦ୍ୟମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial