ଘରେ ପଶି ମହିଳାଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

ଘରେ ପଶି ମହିଳାଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଭୂତତ୍ତ୍ବବିତ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ଛୁରି ଭୁସି ହତ୍ୟା କରାଯାଇଥିବା କଥା ଆଜି ପୁଲିସ କହିଛି। ପୁଲିସ କହିଛି, କର୍ଣ୍ଣାଟକ ସରକାରଙ୍କ ଖଣି ଓ ଭୂତତ୍ତ୍ବ ବିଭାଗରେ ଉପନିର୍ଦେଶକା ଥିବା ପ୍ରତିମା ନାମ୍ନୀ ସେ ମହିଳାଙ୍କ ଘର ଭିତରକୁ ଦୁର୍ବୃତ୍ତମାନେ ବଳପୂର୍ବକ ପ୍ରବେଶ କରି ଭୀଷଣ ଛୁରାମାଡ଼ କରିଥିଲେ। ପୁଲିସ ଆହୁରି ମଧ୍ୟ କହିଛି, ତାଙ୍କ ସ୍ବାମୀ ପୈତୃକ ନଗରୀ ତୀର୍ଥହାଲ୍ଲି ଯାଇଥିବାରୁ ଆକ୍ରମଣ ସମୟରେ ଘରେ ପ୍ରତିମା ଏକାକିନୀ ଥିଲେ। ଶନିବାର ରାତି ପ୍ରାୟ ୮ ବେଳେ ଡ୍ରାଇଭର୍‌ ପ୍ରତିମାଙ୍କୁ ଘରେ ଛାଡ଼ି ଦେଇ ଯାଇଥିଲା। ରାତିରେ ପ୍ରତିମାନଙ୍କ ଭାଇ ଫୋନ୍‌ କରିଥିଲେ। କିନ୍ତୁ, ‌ପ୍ରତିମାଙ୍କଠାରୁ ଫୋନ୍‌ କଲ୍‌ ନ ପାଇ ଘଟଣା କ’ଣ ବୋଲି ସକାଳେ ଭାଇ ଆସି ଦେଖିଲା ବେଳକୁ ସେ ମରିଯାଇଛନ୍ତି। ମାମଲା ରୁଜୁ କରିବା ପରେ ପୁଲିସ କହିଛି ଯେ, ଆକ୍ରମଣକାରୀଙ୍କ ସନ୍ଧାନ ନେବା ପାଇଁ ଉଦ୍ୟମ ଚାଲିଛି। ପ୍ରତିମାଙ୍କ ସହିତ ପରିଚୟ ଥିବା ଲୋକମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କଥା ପୁଲିସ ସନ୍ଦେହ କରୁଛି।

Share Now:

Kalinga News Beuro

Next Post

ଆବର୍ଜନା ପରିଚାଳନା ଖର୍ଚ୍ଚ ବଢ଼ୁଛି : ସମସ୍ୟା କମୁନି

Sun Nov 5 , 2023
ଭୁବନେଶ୍ୱର: ସହରରୁ ଦୈନିକ ବାହାରୁଥିବା ଆବର୍ଜନା ପରିଚାଳନା ପାଇଁ ବିଏମ୍‌ସି ବର୍ଷକୁ ଖର୍ଚ୍ଚ କରୁଛି ୧୦୦ କୋଟି ଟଙ୍କା। ଏହା ବାଦ୍‌ ଆବର୍ଜନା ପ୍ରକ୍ରିୟାକରଣ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ବା ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ନିର୍ମାଣରେ ଖର୍ଚ୍ଚ ହୋଇଛି ୬୭ କୋଟି ୫୦ ଲକ୍ଷ। ମେସିନ୍‌ ଖରାପ ହୋଇଗଲେ ବିଏମ୍‌ସି କିଣୁଛି। ଦାରୁଠେଙ୍ଗର ଭୁଆସୁଣି ଡମ୍ପିଂ ୟାର୍ଡରେ ଗଦା ହୋଇଥିବା ଆବର୍ଜନା ପରିଚାଳନା ପାଇଁ ବା‌‌ୟୋମାଇନିଂ ପ୍ରକଳ୍ପରେ ୧୦୩ କୋଟି […]
ଆବର୍ଜନା ପରିଚାଳନା ଖର୍ଚ୍ଚ ବଢ଼ୁଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial