ଜାଲିଆତି ଅଭିଯୋଗରେ ଘରୋଇ ନର୍ସିଂ କଲେଜ ମାଲିକ ଗିରଫ

ନର୍ସିଂ କଲେଜ ମାଲିକ ଗିରଫ

ଛେଣ୍ଡିପଦା: ଜାଲିଆତି ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଏକ ଘରୋଇ ନର୍ସିଂ କଲେଜ ଅଧ୍ୟକ୍ଷ ତଥା ମାଲିକ ଅନୁଗୁଳ ସଦର ଥାନା କାଙ୍ଗୁଲା ଗ୍ରାମର କୈଳାସ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଏହି ନର୍ସିଂ କଲେଜରେ ପଢ଼ୁଥିବା ଆଦିବାସୀ ଛାତ୍ରୀ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୁଳା ଥାନା ଝରାବେଣୀ ଗ୍ରାମର ପ୍ରିୟଙ୍କା ନାଏକ(୨୧), ପରା ଗ୍ରାମର ସୁମତି ମାହାର(୨୦) ଓ ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମର ଆଶାଞ୍ଜଳି ପଧାନ(୨୧) ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହୋଇଥିଲେ। ଫେଲ ସତ୍ତ୍ୱେ ଦ୍ୱିତୀୟ ବର୍ଷର ପରୀକ୍ଷା ପାଇଁ ଫର୍ମ ପୂରଣ ନାଁରେ ତାଙ୍କ ଠାରୁ ଟଙ୍କା ନେଇଥିଲେ। ପରୀକ୍ଷା ହଲରେ ପରୀକ୍ଷା ଦେଇ ନପାଇବା ପରେ କଲେଜ ପକ୍ଷରୁ ଦିଆଯାଇଥିବା ଆଡମିଟ କାର୍ଡ ଜାଲିଆତି ଓ ଫର୍ମ ଫିଲପ ଟଙ୍କା ଆତ୍ମସାତ କରିଥିବା ନେଇ ତିନି ଛାତ୍ରୀ ଜାଣିବାକୁ ପାଇଥିଲେ।
ଏବାବଦରେ ଜାଣିବା ପରେ ଛେଣ୍ଡିପଦା ଥାନା, ଜିଲ୍ଲାପାଳ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଘଟଣାରେ ଛେଣ୍ଡିପଦା ପୁଲିସ କଲେଜ କର୍ମଚାରୀ ମନୋଜ କୁମାର ପଣ୍ଡାଙ୍କୁ ଗିରଫ କରିଥିଲା ବେଳେ ନର୍ସିଂ କଲେଜ ଅଧ୍ୟକ୍ଷ ତଥା ମାଲିକ କୈଳାସ ଜେନା ଫେରାର ଥିଲେ। ଅନ୍ୟ ଏକ ମାମଲାରେ ଶ୍ରୀଜେନାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଖଲାରୀସ୍ଥିତ ବାସଭବନ ଜବତ କରିଥିଲେ। ଜବତ ପରେ ଗୁରୁବାର ଶ୍ରୀଜେନା ବାସଭବନ ନିକଟକୁ ଆସିବା ଖବରପାଇ ଛେଣ୍ଡିପଦା ପୁଲିସ ସେଠାରୁ ତାଙ୍କୁ ଉଠେଇ ଆଣି ଆଜି କୋର୍ଟ ଚାଲାଣ କରିଛି। ଏହାବ୍ୟତୀତ ଅନୁଗୁଳ ସଦର ଥାନାରେ ତାଙ୍କ ନାମରେ ପୂର୍ବରୁ ଆଦିବାସୀ ନିର୍ଯାତନା ଅଭିଯୋଗ ରହିଥିଲା।

Share Now:

Kalinga News Beuro

Next Post

ବନ୍ଧା ହେଲେ ଠକ ମହିଳା ପୋଷ୍ଟାଲ ଏଜେଣ୍ଟ

Fri Apr 7 , 2023
କୋଟିଏରୁ ଅଧିକ ଟଙ୍କାର ଡାକ ଜମା ଆତ୍ମସାତ ଅଭିଯୋଗ ଭୁବନେଶ୍ୱର: ମହିଳା ପୋଷ୍ଟାଲ ଏଜେଣ୍ଟ କୋଟିଏରୁ ଅଧିକ ଟଙ୍କାର ଡାକ ଜମା ଆତ୍ମସାତ୍ କରିଥିବା ଜଣାଯାଇଛି। ଏନେଇ ଠକ ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସଙ୍କୁ ଜଗତସିଂହପୁରରୁ ଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ୨ ବର୍ଷ ହେବ ଠକ ମହିଳା ସ୍ବର୍ଣ୍ଣଲତା ଦାସ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ଆତ୍ମସାତ କରିଥିବା ନେଇ ଲିଙ୍ଗରାଜ ଥାନାରେ […]
ବନ୍ଧା ହେଲେ ଠକ ପୋଷ୍ଟାଲ ଏଜେଣ୍ଟ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial