ରାଜଧାନୀରେ ବିଭିନ୍ନ ଡ୍ୟାନ୍ସ ବାରରେ ଚଢ଼ାଉ : ୧୬ଜଣ ଅଟକ

ଡ୍ୟାନ୍ସ ବାର ଉପରେ ଚଢ଼ାଉ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଡ୍ୟାନ୍ସ ବାର ଉପରେ ଚଢାଉ। ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର ଉପରେ ଚଢ଼ାଉ କରିଛି ଅବକାରୀ ବିଭାଗ। ବାରରେ ବେଆଇନ ଭାବେ ଯୁବତୀମାନେ ଡ୍ୟାନ୍ସ କରୁଥିବାବେଳେ ଚଢ଼ାଉ କରିଥିଲା ଫ୍ଲାଇଙ୍ଗ ସ୍କାର୍ଡ। ଚଢ଼ାଉ ସମୟରେ ଯୁବତୀଙ୍କ ସମେତ ୧୬ଜଣଙ୍କୁ ଧରିଛି ଚଢ଼ାଉ କରିଥିବା ଟିମ୍। ଯୁବତୀମାନେ ଡ୍ୟାନ୍ସ କରୁଥିବାବେଳେ ସେମାନଙ୍କ ଉପରକୁ ଫିଙ୍ଗା ଯାଉଥିବା ପୁଳା ପୁଳା ନକଲି ନୋଟକୁ ମଧ୍ୟ ଜବତ କରାଯାଇଛି। ସୂଚନା ମୁତାବକ, ମଙ୍ଗଳବାର ଦିନ ଏକାଧିକ ଅବକାରୀ ଟିମ୍ ପ୍ରଥମେ କଟକ ରୋଡରେ ଥିବା ୫ଟି ବାର୍‌ରେ ଚଢ଼ାଉ କରିଥିଲେ। ଲିଭ୍ ଇଟ୍ ଅପ୍, ଏକାମ୍ର ଓ ନଶା ବାର୍‌ରେ ଚଢ଼ାଉ ବେଳେ ମ୍ୟୁଜିକ୍‌ର ତାଳେତାଳେ ଡ୍ୟାନ୍ସ ଚାଲିଥିବା ସାମ୍ନାକୁ ଆସିବାରୁ ଏହି ୩ଟି ବାରକୁ ସିଲ୍ କରି ଦିଆଯାଇଥିଲା। ଏହା ପରେ ଅଶୋକା ଓ ସେଲଫିରେ ମଧ୍ୟ ଚଢ଼ାଉ ସମୟରେ କୋଭିଡ୍ ଓ ଅବକାରୀ ଆଇନର ଉଲଂଘନ ହୋଇଥିବା ଜଣାପଡ଼ିଥିଲା। ତେଣୁ ଏ ନେଇ ଦୁଇ ବାର୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେହିପରି ୟୁନିଟ୍-୮ ଅଞ୍ଚଳର ଅଜିତ୍ ବାର୍ ଓ ପଟିଆ ଏମ୍ବାସି ବାରରେ ମଧ୍ୟ ଚଢ଼ଉ କରାଯାଇଥିଲା। ରାତି ସାଢ଼େ ୯ଟାରେ ବାର ବନ୍ଦ ହେବାର ନିୟମ ଥିବା ବେଳେ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରହୁଥିବାରୁ ଚଢ଼ାଉ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ରାଜଧାନୀର କୌଣସି ବାର୍‌କୁ ଏଯାଏଁ ଡ୍ୟାନ୍ସ କିମ୍ବା ମ୍ୟୁଜିକ୍ ପାଇଁ ଅନୁମତି ମିଳିନାହିଁ। କିନ୍ତୁ ଅଧିକାଂଶ ବାର୍ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରି ଚାଲିଛନ୍ତି। ପୂର୍ବରୁ ଅନେକ ଥର ଚଢ଼ାଉ ହୋଇଥିଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବାରମ୍ବାର ଆଇନକୁ ଫାଙ୍କି ବେଆଇନ କାମ କରୁଛନ୍ତି ବାର୍ ମାଲିକ। ମନୀଷ ମୃତ୍ୟୁ ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଖୋଲା ରହିବା ସହ ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ଗୁମର ଖୋଲି ଯାଇଥିଲା। ଆଗକୁ ଏହିଭଳି ଚଢ଼ାଉ ଜାରି ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

କୋଟିଆର ସବୁ ଗାଁରେ ଲାଗିଲା ଓଡ଼ିଆ ଫଳକ

Thu Oct 28 , 2021
ପଟ୍ଟାଙ୍ଗି: ଆନ୍ଧ୍ରକୁ କଡ଼ା ଜବାବ ଦେବାପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବାକିଥିବା କୋଟିଆର ସମସ୍ତ ଗାଁରେ ଓଡ଼ିଆ ଫଳକ ଲଗାଯାଇଛି। ଫଳକ ଲଗାହେବା ସମୟରେ ଆନ୍ଧ୍ର ପକ୍ଷରୁ କେତେକ ସ୍ଥାନରେ ବିରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ ଶୁଣିନଥିଲା। ଜୋର୍‌ଜବରଦସ୍ତ ଫଳକ ଲଗାଇଥିବା ଜଣାପଡ଼ିଛି। ଗତ କିଛିଦିନ ହେଲା କୋଟିଆକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦ ଲାଗିଆସୁଛି। କେବେ ଆନ୍ଧ୍ର ଅଧିକାରୀଙ୍କୁ […]
ଲାଗିଲା ଓଡ଼ିଆ ଫଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial