ଶେଷ ହେଲା ଭିଜିଲାନ୍ସ ଚଢ଼ାଉ : ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଟକା

ଶେଷ ହେଲା ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉ ଶେଷ ହୋଇଛି। କାଲିଠାରୁ ଭିଜିଲାନ୍ସର ଚଢ଼ାଉ ପରେ ସମ୍ପତ୍ତିର ମୂଲ୍ୟାୟନ ଚାଲିଥିଲା। ପ୍ରତାପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଥିବାବେଳେ ତାଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚୁରା କରୁଛି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରତାପଙ୍କ ୨୫ଟି ଜମିର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ଟଙ୍କା ହୋଇଥିବାବେଳେ ଗୋଠପାଟଣାରେ ଥିବା ୫ ମହଲା ଘରର ମୂଲ୍ୟ ୩ କୋଟି ୮୯ ଲକ୍ଷ ତାଙ୍କ ବୋଲି ଜଣାପଡିଛି। ଅନ୍ୟ ଘରଗୁଡିକ ବାବଦରେ ଟେକିନିକାଲ ଟିମ ଅନୁଧ୍ୟାନ କରୁଛି।
ସେହିପରି ପ୍ରତାପ ସାମଲ ଓ ତାଙ୍କ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧କୋଟି ୬୧ ଲକ୍ଷ ୩୫ହଜାର ୮୧୨ ଟଙ୍କା ରହିଛି। ୫୭ ଲକ୍ଷ ଟଙ୍କାର ବୀମା ପଇଠ ହୋଇଥିବାବେଳେ ଏବେ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି। ସୂଚନା ମୁତାବକ, ଗତକାଲି ଭୁବନେଶ୍ବର ଭିଜିଲାନସ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ପକ୍ଷରୁ ଓଡ଼ିଶା ପୁଲିସ ହାଉସିଂବୋର୍ଡ ଓ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘ‌‌ରେ ଚଢଉ କରାଯାଇଥିଲା। ଭିଜିଲାନ୍ସର ୧୦ଟି ଟିମ୍ ଏକକାଳୀନ ଭୁବନେଶ୍ବର ପୁଲିସ ହାଉସିଂବୋର୍ଡ ଅଫିସ ସମେତ ୧୦ଟି ସ୍ଥାନ‌ରେ ଚଢଉ କରିଥିଲା। ସୂଚନାଯୋଗ୍ୟ ଯେ ପ୍ରତାପ ସାମଲ ୧୯୮୮ରେ ଜୁନିଅର ଇଂଜିନିୟର ଭାବେ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନରେ ଯୋଗ ଦେଇଥିଲେ। ୧୯୯୪-୯୫ରୁ ଏଷ୍ଟିମେଟର ଭାବେ କାମ କରୁଥିଲେ। ସେ କେନ୍ଦ୍ରାପଡା ଓ ଦେବଗଡ‌‌ରେ ବି କାମ କରିଥିଲେ। ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପଦୋନ୍ନତି ପାଇ ରାଉରକେଲା, ବଲାଙ୍ଗୀର, କେନ୍ଦୁଝର, କଟକରେ କାମ କରିବା ପରେ ୨୦୧୯ ରୁ ସେ ଭୁବନେଶ୍ବରରେ କାମ କରି ଆସୁଛନ୍ତି।

Share Now:

Kalinga News Beuro

Next Post

ବନ୍ଦ ଖଣିରୁ ଲୁହାପଥର ଚୋରା ଚାଲାଣ ବେଳେ ଚଢ଼ାଉ : ଜେସିବି ଓ ଟ୍ରକ ଜବତ

Wed Nov 10 , 2021
ଯାଜପୁର: ବନ୍ଦ ଖଣିରୁ ଲୁହାପଥର ଚୋରା ଚାଲଣ କରି ମାଲେମାଲ ହେଉଥିବା ଟ୍ରକକୁ ଜବତ କରିଛି ଟମକା ଫରେଷ୍ଟ ସ୍ବାର୍ଡ। ଟମକା ନିକଟ ଚମ୍ପାଝରଠାରେ ଓଏମସିର ଥିବା ଲୁହାପଥର ଖଣି ୧୯୮୭ ମସିହାରୁ ବନ୍ଦ ହୋଇ ରହିଛି। ତେବେ ଏହାର ସୁଯୋଗ ନେଇ କିଛି ଲୋକ ସେଠାରୁ ଲୁହାପଥର ଚୋରା ଚାଲାଣ କରିବାରେ ଲାଗି ପଡିଥିଲେ। ତେବେ ଏନେଇ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଟମକା ଫରେଷ୍ଟ ସ୍ବାର୍ଡ […]
ବନ୍ଦ ଖଣିରୁ ଲୁହାପଥର ଚୋରା ଚାଲାଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial