ରାଜଧାନୀରୁ କୋଟିଏ ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ୨ ଗିରଫ

କୋଟିଏ ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ବର: ଏସଟିଏଫ୍ କବ୍ଜାରେ ଦୁଇ କୁଖ୍ୟାତ ବ୍ରାଉନସୁଗର ବେପାରୀ। ପୁଲିସ ବେଶରେ ବ୍ରାଉନସୁଗାର ଚୋର। ଜଣେ ପୁଲିସ ଓ ଅନ୍ୟଜଣେ ଏମ୍ସ ଡାକ୍ତର ବୁଲେଟରେ ଲୋଗୋ ଲଗାଇ ବ୍ରାଉନସୁଗାର କାରବାର ଚଳାଇଥିବାର ସୂଚନା ପାଇ ଏସଟିଏଫ୍ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବ୍ରାଉନସୁଗାର କରବାର କୋଟିଏ ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି।
ଉଭୟଙ୍କଠାରୁ ୧ କେଜି ୨୩୮ ଗ୍ରାମ ବ୍ରାଉନସୁଗାର ସହ ନଗଦ ୧୭ ହଜାର ଟଙ୍କା ଓ ଫେକ ଆଇଡି କାର୍ଡ ଜବତ କରାଯାଇଛି। ଉଭୟେ ବରମୁଣ୍ଡା ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ବେଳେ ଗିରଫ ହୋଇଥିବା ନେଇ ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କପିଲ ଦେବ ମୁଜୁମଦାର ଓ ରଶ୍ମିରଞ୍ଜନ ଭୋଳ। ଦୁହେଁ ପୁଲିସ ଆଖିରେ ଧୂଳିଦେବା ପାଇଁ ନକଲି ପୁଲିସ ଆଇଡି କାର୍ଡ ଓ ଡାକ୍ତର ଆଇଡି କାର୍ଡ ଧରି ଭୁବନେଶ୍ୱରରେ ବୁଲୁଥିଲେ।

Share Now:

Kalinga News Beuro

Next Post

୪ ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି

Sun May 29 , 2022
ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳ ତା’ର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ୪ ଜଣଙ୍କ ପ୍ରାର୍ଥୀତ୍ବ ଉପରେ ମୋହର ଲଗାଇଛନ୍ତି। ବିଜେଡି ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ଦଳର ମୁଖପାତ୍ର ସୁଲତା ଦେଓଙ୍କୁ ରାଜ୍ୟସଭା ପଠାଇବାକୁ […]
୪ ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial