ପୁଣି ଲଜ୍ଜ୍ୟା : ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ବୋତଲ ପୁରାଇଦେଲେ ଦୁଷ୍କର୍ମକାରୀ

ଲୋମଟାଙ୍କୁରା ଘଟଣା

ନୂଆଦିଲ୍ଲୀ: ମହିଳାଙ୍କ ଉପରେ ଅତ୍ୟାଚାର ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏମିତି ଏକ ଘଟଣା ରାଜସ୍ଥାନର ନାଗୌର ଜିଲ୍ଲାରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହିତ ତାଙ୍କ ଗୁପ୍ତାଙ୍ଗରେ ବୋତଲ ପୁରାଇ ଦେଇଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ନାଗୌର ଜିଲ୍ଲାର ଏକ ଗ୍ରାମରେ ଜଣେ ମହିଳା ତାଙ୍କ ଜମିରେ ତିଆରି ହୋଇଥିବା ଘରକୁ ଯାଇଥିଲେ। ଏହି ସମୟରେ ତିନିଜଣ ଯୁବକ ମହିଳାଙ୍କୁ ସେଠାରେ ଏକାକି ଦେଖି ଦୁଷ୍କର୍ମ କରିଥିଲେ। ମହିଳା ଏପରି କରିବାକୁ ଯେତେ ମନା କରିଥିଲେ ହେଁ ସେମାନେ କିଛି କଥା ଶୁଣି ନଥିଲେ। କେବଳ ଏତିକି ନୁହେଁ, ଜୋର ଜବରଦସ୍ତି ମହିଳାଙ୍କ ଗୁପ୍ତାଙ୍ଗରେ ବୋତଲ ପୁରାଇ ଜୀବନରୁ ମାରିବାକୁ ତିନିଜଣ ଯୁବକ ଧମକ ଦେଇଥିଲେ। ଏହି ଘଟଣା ଜାନୁଆରି ୧୯ରେ ଘଟିଥିବା ବେଳେ ମହିଳା ଜଣକ ଭୟ ଓ ଲଜ୍ଜ୍ୟାରେ ଏବିଷୟରେ କାହାକୁ କିଛି ନକହି ଚୁପ ରହିଥିଲେ। ଯେମିତି ହିଁ ଏହି ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାରଲୋକଙ୍କୁ ଜଣାପଡ଼ିଥିଲା। ସେମାନେ ତୁରନ୍ତ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଛି। କିନ୍ତୁ ଏଯାବତ ଏ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ କାହାରିକୁ ଗିରଫ କରାଯାଇ ନାହିଁ। ଗ୍ରାମର କାନାରାମ ଜାଟ, ପାଞ୍ଚୁ ରାମ ଜାଟ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତିନିଜଣ ଦୁଷ୍କର୍ମକାରୀ ଏଯାବତ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଚଲାଇଛି। ମହିଳାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇ ଦିଆଯାଇଛି।

Share Now:

Kalinga News Beuro

Next Post

୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ

Tue Jan 26 , 2021
ଭୁବନେଶ୍ବର: ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର କାର୍ଯ୍ୟାଳୟରେ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଜେଡି କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ମିଶ୍ର ପତକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ଅବସରରେ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା, ଭୁବନେଶ୍ୱର ଉତ୍ତର, ମଧ୍ୟ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ। ସେହିପରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି […]
ସାଧାରଣତନ୍ତ୍ର ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial