୨ ଭଉଣୀଙ୍କ ସହ ଗଣଦୁଷ୍କର୍ମ: ସ୍ଥାନୀୟ ‘ବିଜେପି’ ନେତାଙ୍କ ପୁଅ ସମେତ ୧୦ ଗିରଫ

୨ ଭଉଣୀଙ୍କ ସହ ଗଣଦୁଷ୍କର୍ମ

ରାୟପୁର: ଛତିଶଗଡ଼ର ରାୟପୁର ଜିଲ୍ଲାରେ ୨ ଭଉଣୀଙ୍କ ସହିତ କରାଯାଇଥିବା ଗଣଦୁଷ୍କର୍ମ ଘଟଣାରେ ଶୁକ୍ରବାର ଦିନ ପୁଲିସ ଜଣେ ସ୍ଥାନୀୟ ‘ବିଜେପି’ ନେତାଙ୍କ ପୁଅ ସମେତ ୧୦ଜଣଙ୍କୁ ଗିରଫ କରିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଗୁରୁବାର ସନ୍ଧ୍ୟା ବେଳେ ୧୯ ଓ ୧୬ ବର୍ଷୀୟ ଦୁଇ ଭଉଣୀ ରକ୍ଷା ବନ୍ଧନ ଉତ୍ସବ ପାଳନ କରିବା ପରେ ଫେରୁଥିଲେ। ଭଂସୋଜ ଗାଁ ନିକଟରେ ସେମାନେ ଗଣଦୁଷ୍କର୍ମର ଶିକାର ହୋଇଥିବା କଥା ଅଭିଯୋଗ କରିଛନ୍ତି। ଘଟଣା ଘଟିବା ପରେ ପରେ ଦୁଇ ପୀଡ଼ିତା ତୁରନ୍ତ ମନ୍ଦିର ହସୌଦ ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୁଲିସ ମଧ୍ୟ ତତ୍ପରତା ଦେଖାଇ ଏକାଧିକ ଟିମ୍‌ ଗଠନ କରି ଏହି ଅପକର୍ମରେ ଲିପ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସଂଗୃହୀତ ସୂଚନା ଅନୁସାରେ, ଜଣେ ପୁରୁଷ ବନ୍ଧୁଙ୍କ ବାଇକ୍‌ରେ ବସି ଦୁଇ ଝିଅ ଘରକୁ ଫେରୁଥିବା ବେଳେ ଭଂସୋଜ ଗାଁ ନିକଟରେ ୩ଜଣ ଲୋକ ତାଙ୍କୁ ଅଟକାଇ ମୋବାଇଲ୍‌ ଫୋନ୍‌ ଓ ଟଙ୍କା ଛଡ଼ାଇ ନେଇଥିଲେ। ଏତିକି ବେଳେ ଆଉ ୩ଜଣ ଲୋକ ଆସି ଦୁଇ ଝିଅଙ୍କୁ ନିକାଞ୍ଚନ ସ୍ଥାନକୁ ନେଇ ମାରଧର କରିବା ସହିତ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ସେମାନଙ୍କ ପୁରୁଷ ବନ୍ଧୁ ମଧ୍ୟ ଭୀଷଣ ମାଡ଼ ଖାଇଛନ୍ତି। ପୀଡ଼ିତାମାନେ ଗିରଫ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ଗାଁରେ ପଶିଲା କ୍ରିକେଟ୍‌ ପଡ଼ିଆ ପିଟାପିଟି : ରଣକ୍ଷେତ୍ର ପାଲଟିଲା ପଦ୍ମକେଶରପୁର

Sat Sep 2 , 2023
ଉଭୟ ପକ୍ଷର ୧୦ ଆହତ, ୨ ପ୍ଲାଟୁନ୍‌ ପୁଲିସ ମୁତୟନ ଚନ୍ଦ୍ରଶେଖରପୁର: ୩ ଦିନ ତଳେ କ୍ରିକେଟ୍‌ ପଡ଼ିଆରେ ପିଲାମାନେ ପିଟାପିଟି ହୋଇଥିଲେ। କ୍ରିକେଟ୍‌ ପଡ଼ିଆର ପିଟାପିଟି ଶେଷରେ ଆଜି ଗାଁକୁ ପଶିଆସିଥିଲା। ପତିଆରା ବଜାୟ ରଖିବାକୁ ଗୋଟିଏ ସାହିର ଲୋକେ ପ୍ରତିଶୋଧପରାୟଣ ହୋଇ ମିଳିତ ଭାବେ ଅନ୍ୟ ସାହି ଉପରେ ଆକ୍ରମଣ କଲେ। ପ୍ରତିପକ୍ଷ ବି ପ୍ରତିଆକ୍ରମଣ କଲେ। ଉଭୟ ପକ୍ଷ ଠେଙ୍ଗାବାଡ଼ିରେ ପିଟାପିଟି ହେବା ସହ ଢେଲା […]
ରଣକ୍ଷେତ୍ର ପାଲଟିଲା ପଦ୍ମକେଶରପୁର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial