ଭଉଣୀକୁ ହତ୍ୟା ଘଟଣାରେ ଅଭିଯୁକ୍ତ ଭାଇ ସମେତ ତିନି ଗିରଫ

ଭଉଣୀକୁ ହତ୍ୟା ଘଟଣାରେ ଭାଇ ସମେତ ତିନି ଗିରଫ

ବଅଁରପାଳ: ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗ୍ରାମରେ ଘର ସମ୍ପତ୍ତିରେ ଭାଗକୁ ନେଇ ଭଉଣୀକୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଭାଇ ସମେତ ତିନି ଜଣଙ୍କୁ ଗିରଫ କରିଛି। ବଅଁରପାଳ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଲଙ୍ଗୁଳିଆବେଡ଼ା ଗ୍ରାମର ଊର୍ମିଳା ବିଶ୍ଵାଳ (୪୦) ଓ ଭାଇ ହରିଶ ଚନ୍ଦ୍ର ବିଶ୍ଵାଳଙ୍କ ମଧ୍ୟରେ ଘର ସମ୍ପତ୍ତିର ଭାଗକୁ ନେଇ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା। ଗତ ମାସ ୨୮ ତାରିଖ ଦିନ ସମ୍ପତ୍ତିର ଭାଗବଣ୍ଟା ନେଇ ଗ୍ରାମ ମୁଖିଆମାନଙ୍କ ଦ୍ଵାରା ଏକ ବୈଠକ ବସିଥିଲା। ବହୁ ବାଦ ବିବାଦ ମଧ୍ୟରେ ଏହି ବୈଠକରେ କୌଣସି ପ୍ରକାର ସମାଧନ ହୋଇପାରିନଥିଲା। ସେହି ଦିନ ରାତିରେ ପରିବାର ଲୋକ ଘରକୁ ଫେରିଲା ପରେ ଭାଇ ଭଉଣୀଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ଏଥିରେ ଭାଇ ହରିଶ, ଭାଉଜ ସଞ୍ଜୁ ବିଶ୍ଵାଳ (୪୭) ଓ ତାଙ୍କ ଝିଅ ଶିବାନୀ ବିଶ୍ଵାଳ (୨୦) ମିଳିତ ଭାବରେ ଊର୍ମିଳାକୁ ନିସ୍ତୁକ ପିଟିଥିଲେ। ଏହା ପରଦିନ ସକାଳ ସମୟରେ ପୁଣି ମାଡ଼ ମାରିଥିଲେ। ଯାହା ଫଳରେ ପୂର୍ବାହ୍ଣ ୯ଟା ସମୟରେ ଊର୍ମିଳାଙ୍କ ମୃତ୍ୟୁ ହୋଇଥିଲା। ବଅଁରପାଳ ପୁଲିସ ଖବର ପାଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

Share Now:

Kalinga News Beuro

Next Post

ଲକଡାଉନରେ ପ୍ରେମ : ମାଇଁ ମଥାରେ ସିନ୍ଦୁର ଦେଲା ଭଣଜା

Mon Jul 5 , 2021
ପାଟନା: କୁହାଯାଏ ଯେ ପ୍ରେମ ଅନ୍ଧ ଏବଂ ପ୍ରେମରେ ପଡିଥିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ବିଷୟରେ ଚିନ୍ତା କରେ ନାହିଁ। ବିହାରର ଜାମୁଇରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଭଣଜା ଜଣକ […]
ଭଣଜା ପ୍ରେମରେ ମାଇଁ ଅନ୍ଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial