ପୋଷ୍ଟ ଅଫିସ ଖାତାରୁ ଶହ ଶହ ଜମାକାରୀଙ୍କ ଟଙ୍କା ଗାଏବ

ଶହ ଶହ ଜମାକାରୀଙ୍କ ଖାତାରୁ ଟଙ୍କା ଗାଏବ

ମାଲକାନଗିରି ଜିଲ୍ଲାର ୩ ପୋଷ୍ଟ ଅଫିସରୁ ଆସିଛି ଅଭିଯୋଗ

ମାଲକାନଗିରି: ସଞ୍ଚୟ ପାଇଁ ସବୁଠାରୁ ଭରସା ଯୋଗ୍ୟ ସଂସ୍ଥା ପୋଷ୍ଟ ଅଫିସ। ଏଥିପାଇଁ ଗ୍ରାମାଞ୍ଚଳ ଲୋକେ ପୋଷ୍ଟ ଅଫିସ ଉପରେ ବେଶୀ ନିର୍ଭରଶୀଳ। ଏଭଳି କ୍ଷେତ୍ରରେ ବର୍ଷ ବର୍ଷ ଧରି ଟଙ୍କା ଜମା କରିଥିବା ଜମାକାରୀଙ୍କ ଖାତାରୁ ଗାଏବ ହୋଇଯାଇଛି ଟଙ୍କା। ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର ୩ଟି ପୋଷ୍ଟ ଅଫିସରୁ। ଗ୍ରାମାଞ୍ଚଳରେ କିଏ ମୂଲ ଲାଗି ତ ଆଉ କିଏ ଛୋଟ ବ୍ୟବସାୟ କରି ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିଥିଲେ। ହେଲେ ସେହି ଟଙ୍କା ହଡପ ହୋଇଥିବା ଜାଣିବା ପରେ ମୁଣ୍ଡର ହାତ ଦେଇ ବସିଛନ୍ତି ଜମାକାରୀ। ଜମାକାରୀଙ୍କ ଖାତାରେ ଟଙ୍କା ଜମା ହୋଇଥିବା ଲେଖା ହୋଇଛି କିନ୍ତୁ ପୋଷ୍ଟ ଅଫିସ ଆକାଉଣ୍ଟରେ ଟଙ୍କା ନାହିଁ। ମାଲକାନଗିରି ଜିଲ୍ଲା ଭେଜଙ୍ଗବାଡା ଗାଁର ସରୋଜିନୀ ପ୍ରଧାନ। ଗାଁରେ ଛୋଟ ଦୋକାନ କରି ପରିବାରର ଗୁଜରାଣ ମେଣ୍ଟାଉଛନ୍ତି। ଭବିଷ୍ୟତ ପାଇଁ ପ୍ରତି ମାସରେ ୫ ଶହ ଟଙ୍କା ପୋଷ୍ଟାଲରେ ଜମାକରି ଆସୁଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୩୫ ହଜାର ୫ ଶହ ଟଙ୍କା ସଞ୍ଚୟ କରିଥିଲେ। ହେଲେ ପୋଷ୍ଟ ଅଫିସ ଯାଇ ପଚାରିବାରୁ ଜମା ଖାତାରେ ଟଙ୍କା ନଥିବା ଜଣାପଡ଼ିଛି। ଏହା ଶୁଣି ବୃଦ୍ଧ ମହିଳାଙ୍କ ମୁଣ୍ଡରେ ପଡିଛି ଚଡକ। କଷ୍ଟ ଅର୍ଜିତ ଧନକୁ କିଏ ଚଳୁ କରିସାରିଛି। ସେହିପରି ଏହି ଗାଁର ସଙ୍ଗୀତା ଗାଇନ, ଦୁଇ ବର୍ଷ ତଳେ ବାପା ମରିଗଲା ପରେ ଏଲଆଇସିରୁ ମିଳିଥିବା ତିନି ଲକ୍ଷ ଟଙ୍କାକୁ ତାଙ୍କ ମାଆ ସଲକ ଗାଇନଙ୍କ ନାଁରେ ପୋଷ୍ଟ ଅଫିସରେ ଜମା କରିଥିଲେ। ହେଲେ ପୋଷ୍ଟ ଅଫିସରେ ଯାଇ ବୁଝିବା ବେଳକୁ ଜମା ଖାତାରେ ଟଙ୍କା ନାହିଁ। କେବଳ ଏହି ଦୁଇ ଜଣଙ୍କର ନୁହେଁ, ଜିଲ୍ଲାରେ ଶହ ଶହ ଜମାକାରୀଙ୍କ ଖାତାରୁ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବା କହିଛନ୍ତି ଜମାକାରୀ।
ତେବେ ଗୋଟିଏ ପୋଷ୍ଟ ଅଫିସ ନୁହଁ, ମାଲକାନଗିରି କଲୋନୀ ପୋଷ୍ଟ ଅଫିସ, ଲଛିପେଟା ଓ ଭେଜଙ୍ଗବାଡା ପୋଷ୍ଟ ଅଫିସରେ ଘୋଟାଲା ହୋଇଥିବା ଅଭିଯୋଗ ଆସିଛି । ଜମାକାରୀ ବାରମ୍ବାର ପୋଷ୍ଟ ଅଫିସ ଯାଇ ବୁଝୁଥିବା ବେଳେ ବର୍ତ୍ତମାନର ପୋଷ୍ଟ ମାଷ୍ଟରଙ୍କ କହିବା କଥା ଏହା ପୂର୍ବରୁ ହୋଇଛି, ଏନେଇ ତଦନ୍ତ ଚାଲିଛି। ତେବେ ଜମାକାରୀ କେବେ ସେମାନଙ୍କ ଟଙ୍କା ଫେରି ପାଉଛନ୍ତି, ତାହାକୁ ହିଁ ଅପେକ୍ଷା।

Share Now:

Kalinga News Beuro

Next Post

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ

Thu Apr 29 , 2021
ଆଜି ସନ୍ଧ୍ୟା ୭ଟା ପରେ ଘୋଷଣା କରାଯିବ ‘ଏକ୍ଜିଟ୍‌ ପୋଲ୍‌’ ଫଳାଫଳ କୋଲକାତା: କୋଭିଡ୍‌-୧୯ ସଂକ୍ରମଣ ବିଭୀଷିକା ମଧ୍ୟରେ ଆଜି ସକାଳ ୭ଟାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୮ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ୩୫ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେଣୁ, କୋଭିଡ୍-୧୯ ନିୟମ ଅନୁସରଣ କରି ଭୋଟ୍‌ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟର୍‌ମାନଙ୍କୁ ଅନୁରୋଧ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଆଜି […]
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial