୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ୧୫ ବର୍ଷର ନାବାଳକ

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ବଣାଇଗଡ଼: ବଣାଇ ଉପଖଣ୍ଡର ଲହୁଣିପଡ଼ା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୫ ବର୍ଷର ଶିଶୁକନ୍ୟାକୁ ପଡ଼ୋଶୀ ଜଣେ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିବା ଚର୍ଚ୍ଚାର ବିଷୟ ସାଜିଛି। ଘଟଣାରୁ ପ୍ରକାଶ ଯେ ଗତକାଲି ଦିନବେଳେ ଏହି ଶିଶୁକନ୍ୟାଟି ତାଙ୍କ ପଡ଼ୋଶୀଘରେ ଏକୁଟିଆ ଥିବା ନାବାଳକ ସହିତ ଖେଳୁଥିଲା। ଏହି ସମୟରେ ନାବାଳକ ଜଣକ ଶିଶୁକନ୍ୟାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଶିଶୁକନ୍ୟାଟି କିଛି ଜାଣି ପାରିନଥିବା ବେଳେ ଅତଧିକ ରକ୍ତସ୍ରାବ ହେବାରୁ କାନ୍ଦିବାରେ ଲାଗିଥିଲା। କିଛି ସମୟ ପରେ ଶିଶୁକନ୍ୟାର ବାପାମା’ ଘରକୁ ଆସି ଏହା ଦେଖି ସ୍ତବ୍ଧ ହୋଇଯାଇଥିଲେ। ଏ ବିଷୟରେ ଲହୁଣିପଡ଼ା ଥାନାରେ ଏତଲା ଦେବା ପରେ ଲହୁଣିପଡ଼ା ଥାନା ଅଧିକାରୀ ସନ୍ତୋଷ ଜେନା ଘଟଣାର ତଦନ୍ତ କରି ନାବାଳକକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ପୀଡ଼ିତା ଶିଶୁକନ୍ୟାକୁ ଡାକ୍ତରୀ ପରୀକ୍ଷା ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ହଜାରେ ଦିନରେ ହଜା‌ରେ ଶିଳ୍ପ ସ୍ବପ୍ନ ଧୂଳିସାତ୍‌ : ୪୦ ପ୍ରତିଶତ ସଂସ୍ଥାରେ ତାଲା

Sun Nov 7 , 2021
ନକଲି ସାମଗ୍ରୀର ଅମରାବତୀ ଜଗତପୁର ଶିଳ୍ପାଞ୍ଚଳ କଟକ: ରାଜ୍ୟ ସରକାରଙ୍କ ୧୯୮୦ ଶିଳ୍ପନୀତି ପ୍ରସ୍ତାବ (ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ-୧୯୮୦) ଆଧାରରେ ରାଜ୍ୟରେ ଆରମ୍ଭ ହୋଇଥିଲା ଶିଳ୍ପ ବିପ୍ଳବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନୂତନ ଶିଳ୍ପନୀତି ଓଡ଼ିଶାର ଶିଳ୍ପକୁ ଦେଇଥିଲା ସଂଜୀବନୀ। ହଜାରେ କୋଟି ବିନିଯୋଗ କରି ହଜାରେ ଦିନରେ ହଜାରେ ଶିଳ୍ପ ଗଢି ତୋଳିବାକୁ ସ୍ବର୍ଗତ ଜନାକୀବଲ୍ଲଭ ଯେଉଁ ଆହ୍ବାନ ଦେଇଥିଲେ ତାହା ଇତିହାସ ସୃଷ୍ଟି କରିଥିଲା। […]
ଶିଳ୍ପ ସ୍ବପ୍ନ ଧୂଳିସାତ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial